ଆପଣଙ୍କ ସମ୍ମୁଖରେ ଥିବା ଏ ଦୃଶ୍ୟ ହେଉଛି, ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର। ଯାହାର ଫାଷ୍ଟ ଫ୍ଲୋରରେ କୌଣସି ଦୋଷ ପାଇଁ ଦଣ୍ଡିତ ହେଉଛନ୍ତି, ଏ ଜାତୀର ଇଷ୍ଟ ଦେବତା। ଯେମିତି ସ୍କୁଲର ଦୁଷ୍ଟ ପିଲାଟି ନିଲଡାଉନ୍ କରାଯାଏ, ଠିକ ସେମିତି ମଣିମାଙ୍କୁ ବସାଇ ଦେଇଛି ଜିଲ୍ଲା ପ୍ରଶାସନ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ଯେଉଁଠି ଜିଲ୍ଲାର ଯାବତୀୟ ସୁବିଧା ଅସୁବିଧା ତର୍ଜମା ହୁଏ। ହାକିମ ନିଷ୍ପତ୍ତି ନିଅନ୍ତି। ହେଲେ ଏ ନିଷ୍ପତ୍ତି କେଉଁ ହାକିମ ନେଇଛନ୍ତି, ତାକୁ ନେଇ ସମସ୍ତେ ଏବେ ସନ୍ଦେହ ଘେରରେ। ଯଦି ମହାପ୍ରଭୁଙ୍କ ପ୍ରତି ଶ୍ରଦ୍ଧା ନାହିଁ, ଭଲ ପାଇବା ନାହିଁ କି ସମ୍ମାନ ନାହିଁ। କାହିଁକି ତାଙ୍କୁ ସଭାମଞ୍ଚରେ ସଜାଉଛି ଜିଲ୍ଲା ପ୍ରଶାସନ ?
କ’ଣ ପାଇଁ ବେକରେ ଖଣ୍ଡୁଆ ପକାଇ ପ୍ରହସନ କରୁଛନ୍ତି ବଡ଼ ବଡ ହାକିମ ଆଉ ବାବୁ ଭାୟାମାନେ ?
ସେଦିନ ଟ୍ରକ ପଛରେ ବନ୍ଧା ହୋଇଥିବା କାଳିଆ ସାଆନ୍ତଙ୍କ ପାଇଁ ଭୁଲ ମାଗିଥିଲେ ଟେଣ୍ଟ ହାଉସ୍ ମାଲିକ। ହେଲେ ଏଠି ଭୁଲ୍ ମାଗିବ କିଏ ? ବଡ଼ ବାବୁମାନେ ବହୁତ ପଢିଛନ୍ତି, ବହୁତ ଜାଣିଛନ୍ତି। ହେଲେ ଜାଣିପାରିଲେନି କାଳିଆ ଠାକୁର ଆଉ ଭଙ୍ଗା କାଠ ଚଉକି ଭିତରର ଫରକ। ଅପେକ୍ଷା ଏ ଅପରାଧ ପାଇଁ କିଏ ଭୁଲ୍ ମାଗୁଛି, କିଏ ନିଲ ଡାଉନ ହେଉଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।