ଅଧିକ ପଢନ୍ତୁ : ଖରାଦିନିଆ ବାତ୍ୟା ପଛର ବିଜ୍ଞାନ, ଆପଣ ଜାଣନ୍ତି କି ?
ବାତ୍ୟା ଆଲର୍ଟ ପରେ ଉପକୂଳିଆ ଜିଲ୍ଲାଗୁଡିକୁ ସତର୍କ କରାଯାଇଛି । 18ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପ୍ରବଣ ଜିଲ୍ଲାଗୁଡ଼ିକରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ସ୍ଥାନାନ୍ତର ପାଇଁ ଯୋଜନା ଓ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସିଏମସି ଓ ବିଏମସିରେ ବି ପ୍ରସ୍ତୁତି ବୈଠକ ବସିଛି । ଅଗ୍ନୀଶମ ବାହିନୀ, ବିଦ୍ୟୁତବିଭାଗ ଏବଂ ଓଡ୍ରାଫ ଟିମକୁ ସଜାଗ କରାଯାଇଛି । ବିଶେଷ କରି ଶୂନ୍ୟ ଜୀବନହାନୀ ଉପରେ ଗୁରୁତ୍ବ ଦିଆଯାଇଛି ।
୭ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ହେଲେ ବାତ୍ୟା କୁଆଡ଼େ ଯିବ, କେତେ ଶକ୍ତିଶାଳୀ ହେବ, ସେ ନେଇ କୌଣସି ପୂର୍ବାନୁମାନ କରାଯାଇନାହିଁ । ତେବେ ଖରାଦିନିଆ ବାତ୍ୟାର ଟ୍ରାକ୍ ରେକର୍ଡକୁ ଦେଖିଲେ ୨୦୧୯ ମସିହା ମେ’ ୩ରେ ବାତ୍ୟା ‘ଫନି’ ପୁରୀ ନିକଟରେ ଲ୍ୟାଣ୍ଡ୍ଫଲ୍ କରିଥିଲା । ଏହାଦ୍ବାରା ଓଡ଼ିଶା ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବାତ୍ୟା ସୃଷ୍ଟି ହେବା ପରେ ଏହାର ନାମ ମୋଚା ରହିବ । ତେବେ ମୋଚା କେଉଁଠାରେ ଲ୍ୟାଣ୍ଡଫଲ୍ କରିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଆସିନି ।