ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷାରେ ସଂରକ୍ଷଣ ମିଳିବ। ଇଂଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମରେ ଏହି ସଂରକ୍ଷଣ ମିଳିବ। ବରପୁତ୍ରଙ୍କ ଜନ୍ମସ୍ଥାନ ଆଦର୍ଶ ଗ୍ରାମରେ ପରିଣତ ହେବ। ପାଠ୍ୟ ପୁସ୍ତକରେ ବରପୁତ୍ରଙ୍କ ଜୀବନି ସ୍ଥାନିତ ହେବ।
ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। 12ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ସମସ୍ତ ଜନପ୍ରତିନିଧି ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ ହୋଇଛି। ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀ ସମସ୍ତେ ସମ୍ପତ୍ତି ତାଲିକା ଦେବେ। ନିର୍ବାଚିତ ଲୋକପ୍ରତିନିଧି ଓ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦେବେ। ଲୋକାୟୁକ୍ତଙ୍କ ପାଖକୁ ବାର୍ଷିକ ରିପୋର୍ଟ ପଠାଯିବ। ସମସ୍ତ ତଥ୍ୟ ପବ୍ଲିକ ଡୋମେନରେ ରହିବ।
ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷାରେ ସଂରକ୍ଷଣ ମିଳିବ। ଇଂଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମରେ ଏହି ସଂରକ୍ଷଣ ମିଳିବ। ବରପୁତ୍ରଙ୍କ ଜନ୍ମସ୍ଥାନ ଆଦର୍ଶ ଗ୍ରାମରେ ପରିଣତ ହେବ। ପାଠ୍ୟ ପୁସ୍ତକରେ ବରପୁତ୍ରଙ୍କ ଜୀବନି ସ୍ଥାନିତ ହେବ।
ଅର୍ଗସ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଆଉ ଏକ ପ୍ରେମ କାହାଣୀ । ଆଉ ପ୍ରେମ ପାଇଁ ସରହଦ୍ ପାର କଲେ ୨୧ ବର୍ଷୀୟ ପାକିସ୍ତାନୀ ଯୁବତୀ ଜବରିୟା ଖାନ । ଯୁବତୀ ଜଣକ ନିଜ ପ୍ରେମିକଙ୍କୁ ଭେଟିବା ପରେ ବେଶ ଖୁସିବ୍ୟକ୍ତ କରିଛନ୍ତି । କହିଛନ୍ତି, ବାରମ୍ବାର ତାଙ୍କର ଭିସା ନାକଚ ହେବା ପରେ ଶେଷରେ ତାଙ୍କୁ ଭାରତ ଆସିବା ଲାଗି ଭିସା ମିଳିଛି । ଭାରତ ସରକାର ୨୧ ବର୍ଷୀୟ ପାକିସ୍ତାନୀ ଯୁବତୀ ଜବରିୟା ଖାନଙ୍କୁ ୪୫ ଦିନ ଲାଗି ଭିସା ଦେଇଛନ୍ତି । ଗତ କାଲି ଜବରିୟା ଖାନ ପଞ୍ଜାବର ଅଟାରି ବର୍ଡର ଦେଇ ଭାରତ ଭିତରକୁ ପ୍ରବେଶ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଜବରିୟା ଭାରତରେ ପ୍ରବେଶ କରିବା ମାତ୍ରେ ତାଙ୍କ ପ୍ରେମିକ ସମୀର ଖାନ ଓ ଶ୍ବଶୁର ଢୋଲ ବାଜା ବଜାଇ ତାଙ୍କୁ ସ୍ବାଗତ କରିଥିଲେ । ସେପଟେ ଜବରିୟା ଭାରତୀୟଙ୍କୁ ପ୍ରେମ କରୁଥିବାକୁ ତାଙ୍କ ଘରେ ମଧ୍ୟ ସମସ୍ତେ ସମର୍ଥନ କରିଛନ୍ତି । ଆହିରି ମଧ୍ୟ କହିଛନ୍ତି, ମୋତେ ଗତ ୫ ବର୍ଷ ହେବ ଭିସା ମିଳୁନଥିଲା । ଭିସା ମିଳିବା ଲାଗି ମୁଁ ଆଲ୍ଲାଙ୍କୁ ଅନେକ ପ୍ରାର୍ଥନା କରୁଥିଲୁ । ଆଉ ଶେଷରେ ଆଲ୍ଲା ମୋ ଦୁଃଖ ଶୁଣିଛନ୍ତି । ଯାହାପାଇଁ ମୁଁ ବହୁତ ଖୁସି । ଭାରତ ସରକାର ମୋତେ ୪୫ ଦିନ ଲାଗି ଭିସା ଦେଇଛନ୍ତି ।
ଆସନ୍ତା ବର୍ଷ ଜାନୁଆରୀରେ ଆମେ ଦୁହେଁ କୋଲକାତାରେ ବିବାହ କରିବୁ । ଜବରିୟା ଖାନଙ୍କ ସ୍ବାମୀ ତଥା ଭାରତୀୟ ଯୁବକ ସମୀର ଖାନ କହିଛନ୍ତି, "ଜବରିୟାଙ୍କୁ ଭେଟିବା ପରେ ମୋର ସ୍ବପ୍ନ ପୂରଣ ହୋଇଛି । ମୁଁ ଗତ ୫ ବର୍ଷ ଧରି ଏହି ଦିନକୁ ଅପେକ୍ଷା କରିଥିଲି । ଏବେ ଖୁବଶୀଘ୍ର ଆମର ବିବାହ ହେବ । ଜବରିୟାଙ୍କୁ ଭାରତ ସରକାର ଭିସା ପ୍ରଦାନ କରିଥିବାରୁ ମୁଁ କୃତଜ୍ଞ । ପୂର୍ବରୁ ୨ଥର ଜବରିୟାଙ୍କୁ ଭିସା ପ୍ରଦାନ କରାଯାଇନଥିଲା । ହେଲେ ଏଥର ତାଙ୍କୁ ଭିସା ମିଳିଛି ।"
ଅର୍ଗସ ବ୍ୟୁରୋ : ବିଶ୍ବ ପ୍ରସିଦ୍ଧ ବୌଦ୍ଧସ୍ତୁପ ଲଳିତଗିରି, ଉଦୟଗିରି, ରତ୍ନଗିରି ଓ ଭିତରକନିକା ଅଭୟାରଣ୍ୟ ବୁଲିବାକୁ ବିଶ୍ବର ବିଭିନ୍ନ ସ୍ଥାନରୁ ଆସୁଛନ୍ତି ଅନେକ ପର୍ଯ୍ୟଟକ । ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ପାଇଁ ପାରାଦୀପ-ହରିଦାସପୁର ରେଳପଥ ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ କରିବାକୁ ରେଳମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଛନ୍ତି ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ ହେଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ସହ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଉନ୍ନତି ହୋଇପାରିବ । ତେବେ ରେଳ ଚଳାଚଳ ନେଇ ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାରଦା ପ୍ରଧାନ ।