ଅଧିକ ପଢନ୍ତୁ : ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ
ଫୁଡର୍ ଚାଷୀଙ୍କୁ ଇନ୍ସେନ୍ଟିଭ୍ ଦେବା ପାଇଁ ପ୍ରସ୍ତାବ ପାରିତ ହୋଇଛି। ଘାସ ଉତ୍ପାଦନ ଓ ସରକାରୀ ଘାସ ଉତ୍ପାଦନ ଫାର୍ମର ସୁଦୃଢ଼ୀକରଣ ହେବ। ଅନ୍ୟ ପ୍ରସ୍ତାବ ଭିତରେ ହାଇକୋର୍ଟର 550ଟି ଷ୍ଟାଫ୍ କ୍ଵାର୍ଟର୍ସ ନିର୍ମାଣ କରି ହସ୍ତାନ୍ତର କରାଯିବାକୁ ପାରିତ ହୋଇଛି ପ୍ରସ୍ତାବ। ଏହି ଷ୍ଟାଫ୍ କ୍ଵାର୍ଟର୍ସ ନିର୍ମାଣ କାମ 30 ମାସରେ ସରିବ। ବେସରକାରୀ ଡିଲରଙ୍କ ଏକ୍ସଟେନ୍ସନ୍ 2026 ଯାଏଁ ଦେଢ଼ ବର୍ଷ ବୃଦ୍ଧି କରାଯିବ। ସିନିୟର ଜଜ୍ଙ୍କ ପାଇଁ ନିୟମ ସଂଶୋଧନ, ଉତ୍ତୀର୍ଣ୍ଣ ପାଇଁ ପରୀକ୍ଷା ସହ ବିଧାନସଭା ପରିସଂଖ୍ୟାନର ତଥ୍ୟ ବିତରଣ ଉପରେ ସଂଶୋଧନ ହେବ।