ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାର, ଜଗମୋହନ ଓ କୋଣାର୍କ ମନ୍ଦିର ମରାମତି ନେଇ ହାଇକୋର୍ଟରେ ଶୁଣାଣି
2018 ମସିହାରୁ ଭିତର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ରହିଥିବା ଜାଣି ମଧ୍ୟ ମରାମତି କରିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ବେଳେ ଏଏସଆଇ ତରଫରୁ ଗତ ଅଗଷ୍ଟ 2022ରେ ରତ୍ନଭଣ୍ଡାର ମରାମତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଅନେକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କୌଣସି ବୈଠକରେ ରତ୍ନଭଣ୍ଡାର ମରାମତି କିମ୍ବା ଖୋଲିବା ଦିଗରେ ଆଲୋଚନା ହୋଇନାହିଁ।
ତେବେ ପୂର୍ବରୁ ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟକୁ ବାରମ୍ବାର ଭୂଆଁ ବୁଲାଇଥିବା ବେଳେ ଆଜି ସତ୍ୟପାଠ ଦାଖଲ କରୁଛନ୍ତି କି ନାହିଁ ଓ ଏଏସଆଇ ଚିଠିର ଉତ୍ତର ସତ୍ୟପାଠରେ ସଲଗ୍ନ କରୁଛନ୍ତି କି ନାହିଁ ତା ଉପରେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ନଜର ରହିଛି।