ହେଲେ ଭୋଟର ମାନଙ୍କ ଦ୍ବାରା ସିଧାସଳଖ ନିର୍ବାଚିତ ହୋଇଥିବା ସମିତି ସଭ୍ୟଙ୍କ ଭୂମିକା ପଞ୍ଚାୟତ ସ୍ତରରେ ଅତ୍ୟନ୍ତ ଗୌଣ ରହିଛି। ଏଣୁ ତୃଣମୂଳ ସ୍ତରରେ ଲୋକଙ୍କୁ ସେବା ଯୋଗାଇ ଦେବାରେ ସମିତିସଭ୍ୟ ମାନେ ସଫଳ ହୋଇପାରୁନଥିବା ବୈଠକରେ ମତପ୍ରକାଶ ପାଇଛି। ଏଣୁ ରାଜ୍ୟ ସରକାର ପଞ୍ଚାୟତିରାଜ ନିୟମରେ ପରିବର୍ତ୍ତନ କରି ସମିତି ସଭ୍ୟ ମାନଙ୍କୁ ସରପଞ୍ଚଙ୍କ ଭଳି କ୍ଷମତା ପ୍ରଦାନ କରିବାକୁ ଦାବି ହୋଇଛି। ବୈଠକରେ ନିଷ୍ପତ୍ତି ଅନୁଯାୟୀ ସରକାର ସମିତି ସଭ୍ୟ ମାନଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କାର ଲ୍ୟାଡ୍ ବ୍ୟବସ୍ଥା, ପ୍ରତି ଗ୍ରାମପଞ୍ଚାୟତର ମାସିକ ବୈଠକରେ ସମିତି ସଭ୍ୟଙ୍କର ଯୁଗ୍ମ ସ୍ବାକ୍ଷର ରହିବା, ସରପଞ୍ଚଙ୍କ ଭଳି ସମସ୍ତ ସରକାରୀ ପ୍ରମାଣ ପତ୍ରରେ ସମିତି ସଭ୍ୟଙ୍କ ସ୍ବାକ୍ଷର ରହିବା, ଅବସରକାଳୀନ ଭତ୍ତା ୧୦ ହଜାର ଟଙ୍କା, ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଏବଂ ମାସିକ ୩୦ ହଜାର ଟଙ୍କା ଦେୟ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି। ସଂସ୍କୃତି ଭବନରେ ଆୟୋଜିତ ଏହି ବୈଠକରେ ସତ୍ୟବାଦୀ ବ୍ଲକର ଅଧ୍ୟକ୍ଷ ସୁନିଲ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାର ସବୁ ଦଳର ସମିତି ସଭ୍ୟ ଯୋଗ ଦେଇଥିଲେ।
ପୁରୀରେ ସମିତିସଭ୍ୟଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ: ପୁରୀ ସଂସ୍କୃତି ଭବନରେ ଜିଲ୍ଲାର ସମିତି ସଭ୍ୟଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ବ୍ୟବସ୍ଥା ତଳ ସ୍ତରରେ ସୁଦୃଢ କରିବା ପାଇଁ ଏନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ୧୧ଟି ଦାବି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏବେକାର ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କ ଭୂମିକା ଏବଂ କ୍ଷମତା ଅଧିକ ରହିଛି। ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ଅନୁମୋଦନ ନେଇ ସମସ୍ତ କାର୍ଯ୍ୟ ହେଉଛି।
Download Argus News App
