ଉଭୟ ସରକାର କିପରି ମିଶିକି ବିକାଶ ଦିଗରେ କାର୍ଯ୍ୟ କରିପାରିବେ ସେ ନେଇ ଆଲୋଚନା ହୋଇଛି। ରାଜ୍ୟ ସରକାର ବହୁ ପ୍ରସଙ୍ଗ ଉଠାଇଛନ୍ତି। ଏହାକୁ ସମାଧାନ ଦିଗରେ ପ୍ରୟାସ କରାଯିବ। ବହୁ କେନ୍ଦ୍ରୀୟ ଅଧିକାରୀ ବି ଭିଡିଓ କନଫରେନ୍ସରେ ଉପସ୍ଥିତ ଥିଲେ। ସମାଧାନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ନୀତି ଆୟୋଗ ବି ଏକ ପ୍ରେଜେଣ୍ଟସନ ଦେଇଛନ୍ତି।
୨୦୧୧-୨୦୨୦ ମଧ୍ୟରେ ଦେଶ ତୁଳନାରେ ରାଜ୍ୟରେ ମୁଣ୍ଡ ପିଛା ଆୟ ବଢ଼ିଛି। କୁ ପୋଷଣ କ୍ଷେତ୍ରରେ ରାଜ୍ୟ ଭଲ କାମ କରିଛି ବୋଲି କହିଛନ୍ତି ରାଜୀବ। ବିକାଶକୁ ଅଭିବୃଦ୍ଧି, ଗରିବ ଲୋକଙ୍କ ପାଇଁ କାର୍ଯ୍ୟ ସହ ଆକାଂକ୍ଷୀ ଜିଲ୍ଲାରେ ଭଲ କାର୍ଯ୍ୟ ପାଇଁ କଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି।