କେନ୍ଦ୍ରିୟ ଗୁଇନ୍ଦା ସମେତ ରାଜ୍ୟ ଗୁଇନ୍ଦା ଅଧିକାରୀ, ବିଏସଏଫ ଓ ସିଆରପିଏଫ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ। ଉଭୟ ରାଜ୍ୟରେ ସୀମାନ୍ତ ଜିଲ୍ଲାରେ ପୋଲିସ କ୍ୟାମ୍ପ ନିର୍ମାଣ ନେଇ ବୈଠକରେ ଆଲୋଚନା ହୋଇଥିଲା। ସୀମାନ୍ତ ମାଓପ୍ରବଳ ଅଞ୍ଚଳରେ ରାସ୍ତା,ଟେଲିକମ ସହ ଉନ୍ନତିମୁଳକ କାର୍ଯ କରାଯିବାକୁ ଗୁରୁତ୍ୱ ଦିଆଯାଇଛି। ପୁର୍ବରୁ ଜୁଲାଇରେ ଏହି ପ୍ରସଙ୍ଗ ନେଇ ରାୟପୁରରେ ବୈଠକ ହୋଇଥିଲା।
ଛତିଶଗଡ଼-ଓଡ଼ିଶା ସୀମାରେ ମାଓ ଗତିବିଧି ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ: ଛତିଶଗଡ-ଓଡିଶା ସୀମାରେ ମାଓ ଗତିବିଧି ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ପୋଲିସ ଡିଜିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇଥିଲେ।
Download Argus News App
