ଏହି ଅଞ୍ଚଳର ଚାରୋଟି ପଞ୍ଚାୟତର ବାସିନ୍ଦା ଏବେ ସ୍ବାସ୍ଥ୍ୟ ସୁବିଧା ପାଇବାରୁ ଏକ ରକମ ବଞ୍ଚିତ ହୋଇ ରହିଛନ୍ତି। ଜ୍ବର,କାଶ ଥଣ୍ଡା ଭଳି ସାଧାରଣ ରୋଗର ଚିକିତ୍ସା ପାଇଁ ବି ଅନେକ କୋଷ ଦୂର ପଶ୍ଚିମବଙ୍ଗରେ ଥିବା ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ସେପଟେ ବିଭାଗୀୟ ଅଧିକାରୀଙ୍କ କହିବା କଥା ଏହି ସ୍ଵାସ୍ଥ୍ୟ କେନ୍ଦ୍ର ପାଇଁ ୫୦ ଲକ୍ଷ ଟଙ୍କା ଅଟକଳ ହୋଇଥିଲା। ଟେଣ୍ଡର ନେଇ କାମ ଆରମ୍ଭ କରିଥିଲେ ଠିକାଦାର। କିନ୍ତୁ ସ୍ଵାସ୍ଥ୍ୟ କେନ୍ଦ୍ର ଅନ୍ୟ ପ୍ଲାନିଂରେ ହେବ ବୋଲି ସରକାରଙ୍କ ନିର୍ଦ୍ଦେଶ ବଦଳିବା ପରଠୁ ଠିକାଦାର କାର୍ଯ୍ୟ ସମ୍ପୂର୍ଣ୍ଣ ନ କରି ଅଧାପନ୍ତରିଆରେ ଛାଡି ଚାଲିଗଲେ।
ଏଥିରେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ସ୍ଵାସ୍ଥ୍ୟ କେନ୍ଦ୍ର ୧୦ବର୍ଷ ହେଲା ଚାଲୁଥିବାର ସରକାରୀ କାଗଜପତ୍ରରେ ଦର୍ଶାାଇଛି। ଯାହା ସୀମାନ୍ତ ବାସୀଙ୍କୁ ସରକାରଙ୍କ ପ୍ରତାରଣର ବଡ଼ ପ୍ରମାଣ। ଏହି ସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ଅନ୍ୟ ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ, କିଛି ତ ଅବସର ନେଲେଣି। ତଥାପି ଏ ଯାଏ ସରକାରଙ୍କୁ ଏମାନଙ୍କ ଦୁଃଖ ଦିଶୁନି। ଯାହା ଫଳରେ ଓଡ଼ିଶା ବଦଳରେ ପଶ୍ଚିମବଙ୍ଗରେ ମିଶିଯିବାକୁ ମନ ବଳାଇଲେଣି ସୀମାନ୍ତ ଓଡ଼ିଆ। ଚାରିଆଡ଼େ ଖାଲି ବିଶ୍ବସ୍ତରୀୟ ବିକାଶ କରୁଥିବାର ଡିଣ୍ଡିମ ପିଟୁଛନ୍ତି ସରକାର। 23 ବର୍ଷର ସ୍ଥିର ସରକାରର ସତ୍ତ୍ବେ ସୀମାରେ ଓଡ଼ିଆଙ୍କ ପ୍ରତି ଏ ବୈମାତୃତ ମନୋଭାବକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଅଧିକ ପଢ଼ନ୍ତୁ ଓଡିଶା ଖବର: