ଖୋର୍ଦ୍ଧା: ବିଜୟା ଦଶମୀ ସମୟରେ ବାଣପୁରରେ ଥିବା ଏକ ପୂଜା ମେଢରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଡ଼ି ପୂଜା କରିବା ପରେ ବ୍ରାହ୍ମଣ ଲୋକଙ୍କୁ ଗୋଇଠା ମାରି ଦେଉଛନ୍ତି ଆଶୀର୍ବାଦ । ମୁଣ୍ଡ ଓ ପିଠିରେ ଗୋଡ଼ ରଖି ଆଶୀର୍ବାଦ ଦେଉଛନ୍ତି ବ୍ରାହ୍ମଣ ।
ଗୋଇଠା ମାରି ସମସ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି ଏହି ନନା ଜଣକ । ଏଥିରୁ ବାଦ ପଡ଼ୁନାହାନ୍ତି ଛୋଟ ପିଲା । ସେଠାରେ ବସିଥିବା ଛୋଟ ପିଲାଙ୍କୁ ବି ଗୋଇଠା ମାରି ଆଶୀର୍ବାଦ ଦେଉଛନ୍ତି ନନା । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଅର୍ଗସ ବ୍ୟୁରୋ : ଚେନ୍ନାଇରେ ତାଣ୍ଡବ ରଚୁଛି ବାତ୍ୟା ମିଗଜୋମ୍ର । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ମଧ୍ୟ ଲାଗିରହିଛି । ଫଳରେ ଉବୁଟୁବୁ ହେଉଛି ଚେନ୍ନାଇ । ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ : ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା, ଭାଙ୍ଗିଲାଣି ବଡ ବଡ ଗଛ
ଚେନ୍ନାଇର ଇଷ୍ଟକୋଷ୍ଟ ରୋଡ୍ରେ ପ୍ରବଳ ବର୍ଷା ଯୋଗୁ ନିର୍ମାଣାଧୀନ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି । ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟାଙ୍କଠାରୁ ଆରମ୍ଭ କରି ଅଫିସ୍ ସବୁ ବନ୍ଦ ଘୋଷଣା କରାଯାଇଛି