ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩ ଲକ୍ଷ ୭୮ ହଜାର ୪୪୬ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଜି ୪୬ ମିନେରାଲ, ମେଟାଲ, ଡାଉନ୍ ଷ୍ଟ୍ରିମ୍ ଶିଳ୍ପ, ୪୩ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ୨୪ଟି ଆଇଟି, ୨୨ଟି ଶକ୍ତି ଓ ଅକ୍ଷୟ ଶକ୍ତି, ୧୭ଟି କେମିକାଲ ଓ ପ୍ଲାଷ୍ଟିକ, ୧୪ ଏଗ୍ରି ବିଜନେସ, ୯ଟି ବୟନ ଓ ପୋଷାକ ଶିଳ୍ପ, ୫ ଏଗ୍ରି ମାର୍କେଟିଂ ସଂସ୍ଥା ରଜ୍ୟରେ ନିବେଶ ଲାଗି ଆଗ୍ରହ ଦେଖାଇଛନ୍ତି ।
ମେକ୍ ଇନ୍ ଓଡ଼ିଶା-୨୦୨୨ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି । ଏହି ୮ ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ । ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ।