ଭୁବନେଶ୍ୱର: ରାଜ୍ୟର ମୋଟ୍ 338 ଜଣ ଶିଶୁ, ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସଜା କାଟୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ଏହି ଶିଶୁ ଅପରାଧୀମାନଙ୍କୁ ବିଭିନ୍ନ ବାଳସୁଧାର ଗୃହରେ ରଖାଯାଇଛି ।
ତେବେ ରାଜ୍ୟରେ ମୋଟ 10ଟି ବାଳସୁଧାର ଗୃହ ରହିଥିବା ବେଳେ ସେଥିମଧ୍ୟରୁ 8ଟି ଗୃହ କାର୍ଯ୍ୟକ୍ଷମ ରହିଛି । ଅନୁଗୁଳ ଜିଲ୍ଲାର ସଦର ମହକୁମାରେ ଥିବା 2ଟି ଗୃହରେ 71 ଜଣ ଶିଶୁ ସଜା କାଟୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଥିବା 4ଟି ଗୃହରେ 129 ଜଣ ଶିଶୁ ସଜା କାଟୁଛନ୍ତି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଠାରେ ଥିବା ଦୁଇଟି ବାଳସୁଧାର ଗୃହରେ 138 ଜଣ ଶିଶୁ ରହୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଶିଶୁମାନଙ୍କ ସୁଧାର ନିମନ୍ତେ ସୁଧାରଗୃହରେ ବ୍ୟାପକ ବ୍ୟବସ୍ଥା ରହିଥିବା ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ସେମାନଙ୍କ ପାଇଁ 2016-17ରେ ରାଜ କୋଷରୁ 71 ଲକ୍ଷ 42 ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ 2017-18ରେ 86 ଲକ୍ଷ 46 ହଜାର 400 ଟଙ୍କା ଖର୍ଚ୍ଚ କରାଯାଇଛି । ସେହିଭଳି 2018-19ରେ ଏହି 338 ଜଣ ଶିଶୁଙ୍କ ପାଇଁ 1 କୋଟି 72 ହଜାର 88 ଟଙ୍କା ସରକାର ଖର୍ଚ୍ଚ କରିଥିବା ମନ୍ତ୍ରୀ ନିଜ ରିପୋର୍ଟ ଦର୍ଶାଇଛନ୍ତି ।
ତେବେ ମୟୁରଭଞ୍ଜ ଜିଲ୍ଲାର ବାରିପଦାଠାରେ ଘୋଷିତ ବାଳସୁଧାର ଗୃହ, କାର୍ଯ୍ୟକ୍ଷମ ହୋଇନଥିବାରୁ ସେଠାରେ କୌଣସି ଶିଶୁ ରହୁନଥିବା ମଧ୍ୟ ସୂଚନା ଦେଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।
ଅର୍ଗସ ବ୍ୟୁରୋ: ରାସ୍ତାକଡ଼ରେ ଛିଡା ହୋଇଥିବା ହାଇୱାକୁ ଧକ୍କା ଦେଲା କାର୍ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା 16 ନଂ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭଦ୍ରକ ପୁରୁଣା ବଜାର ଅଞ୍ଚଳର କିଛି ଯୁବକ ଦୋବଲ ଅଞ୍ଚଳକୁ ଯାଉଥିବାବେଳେ ଅଘଟଣ ଘଟିଥିଲା ।
ଦୁର୍ଘଟଣାରେ 5 ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ବିଳମ୍ବିତ ରାତିରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ ଅଧା ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁଇ ଟ୍ରକ ମୁହାଁମୁହିଁ ଧକ୍କା। ଜଣେ ମୃତ ଜଣେ ଗୁରୁତର। ଜମନକିରା ଥାନା ୫୩ନଂ ଜାତୀୟ ରାଜପଥ ଚିମିମହୁଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସିମେଣ୍ଟ ବୋଝେଇ ଟ୍ରକ ଓ କଣ୍ଟେନର ମଧ୍ୟରେ ମଧ୍ୟରେ ମୁହାମୁହିଁ ଧକ୍କା । କଣ୍ଟେନର ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୟାଗଡ: ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୋଡ଼୍ ରେ ରଣପୁର ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ଥାନା ଓଏସଆଇ ସୁବାଷ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ରଣପୁର ବ୍ଲକର ନର୍ସିଙ୍ଗପୁର ଓ ଅମ୍ବାଝରରେ ଚଢ଼ାଉ କରିଥିଲା । ବିପୁଳ ପରିମାଣରେ ମଦ ତିଆରି ସାମଗ୍ରୀ , 135 ଲିଟର ଦେଶୀ ମଦ ଓ ଗୋଟିଏ ବାଇକ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।
ଅଭିଯୁକ୍ତମାନେ ହେଲେ ଆମ୍ବାଝର ଗ୍ରାମର ଶରତ ଶ୍ରୀଚନ୍ଦନ ଓ ରାକେଶ ଶ୍ରୀଚନ୍ଦନ, ନର୍ସିଙ୍ଗପୁର ଗ୍ରାମର ଚିତ୍ତରଞ୍ଜନ ସାହୁ । ତେବେ ଜବତ ମଦ ଓ ମଦ ତିଆରି ସାମଗ୍ରୀର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ଆହୁରି ପଢନ୍ତୁ ଅପରାଧ ଖବର...