ଅନ୍ୟପଟେ ମୃତ୍ୟୁ ଓ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନେକ ଆକ୍ରାନ୍ତ କାଶୀପୁର ଓ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ଅପରପକ୍ଷେ ଆଜି ଟିକିରି ଏବଂ ଝାଡାବାନ୍ତି ପ୍ରବଣ ଅଞ୍ଚଳକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ତାଙ୍କ ସହ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ରାୟଗଡ଼ାରେ ଲାଗିରହିଛି ଝାଡ଼ାବାନ୍ତି, ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଦିର୍ଘ ଦିନ ଧରି ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଗତ କାଲି ବିଳମ୍ବତି ରାତିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି ପାଇଛି। ମୃତ ବ୍ୟକ୍ତି ଜଣଙ୍କ ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ ମାଝୀ (୫୦) ବୋଲି ସୂଚନା ମିଳିଛି। ଉକ୍ତ ଗ୍ରାମରେ ପୂର୍ବରୁ ପାନୀୟଜଳର ନମୁନା ଦୂଷିତ ଏବଂ ଇକୋଲାଇ ଜୀବାଣୁ ଚିହ୍ନଟ ହୋଇଥିବା ବେଳେ ଉକ୍ତ ଗ୍ରାମରେ ସ୍ବଚ୍ଛ ପାନିୟ ଜଳ ଯୋଗାଣ କରାଯାଉନଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
