ସେ କହିଛନ୍ତି ଯନ୍ତ୍ରଙ୍କୁ ଯେତେବେଳେ ଫୋନ କଲେ ତାଙ୍କ ଫୋନ ଅଫ୍ ରହୁଛି । ତାଙ୍କ ସହ ଯୋଗାଯୋଗ ହୋଇପାରୁନି । ସେପଟେ ଡେଟ୍ ପଳେଇଥିବା ସିମେଣ୍ଟ ଓ ଖାରପ ବାଲିରେ ରାସ୍ତା କାମ ଚାଲିଛି । ନିମ୍ନମାନର କାମ ହେଉଛି । ତେଣୁ ଆମ ଅନୁରୋଧ ପ୍ରଶାସନ ଏଥିରେ ହସ୍ତକ୍ଷେପ କରୁ । ଭଲ କ୍ୱାଲିଟିର କାମ ହେବା ଦରକାର । ପ୍ରଶାସନ ଓ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ନିବେଦନ କରୁଛୁ ଯେ ସେ ଏଥିପ୍ରତି ସତର୍କ ରହୁନ୍ତୁ ବୋଲି ସେ କହିଛନ୍ତି ।
ପଞ୍ଚାୟତ ଫଣ୍ଡର ଫନି ସହାୟତା ଅର୍ଥକୁ ରାସ୍ତା ନିର୍ମାଣରେ ବିନିଯୋଗ ଅଭିଯୋଗ

କେନ୍ଦ୍ରାପଡା: ଯନ୍ତ୍ରୀଙ୍କ ଅନୁପସ୍ଥିତରେ ଛୁଟି ଦିନରେ ଚାଲିଛି 20 ଲକ୍ଷର କଂକ୍ରିଟରୋଡ଼ । ଯାହାକୁ ନେଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ସିଳୁପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ପଂଚାୟତ ଫଣ୍ଡର ଫନି ସହାୟତା ଅର୍ଥକୁ ବେଆଇନ ଭାବେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି । ବିଭାଗୀୟ ଯନ୍ତ୍ରୀ ରମାକାନ୍ତ ବେହେରାଙ୍କ ନିର୍ଦେଶରେ କାର୍ଯ୍ୟ ଚାଲୁଥିବା ବେଳେ ନିଜେ ଯନ୍ତ୍ରୀଙ୍କ ଅନୁପସ୍ଥିତକୁ ନେଇ ଅଭିଯୋଗ କରିଛନ୍ତି ଜିଲ୍ଲା ଦଳିତ ସେଲର ଉପସଭାପତି ଗୌରାଙ୍ଗ ଜେନା।
Download Argus News App
