ରାଜ୍ୟର ଉପାନ୍ତ ଅଞ୍ଚଳରେ ଜାଲ ଡାକ୍ତରମାନେ ରୋଗୀ ଚିକିତ୍ସା କରୁଛନ୍ତି। ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିବା ଲୋକ ଚିକିତ୍ସା କରୁଥିବାରୁ ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡୁଛି। ଏଭଳି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଡାକ୍ଟର ଜଷ୍ଟିସ ଏସ ମୂରଲୀଧର ଓ ବିଚାରପତି ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଫେବୃଆରି ୨୦ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଯଥାଶୀଘ୍ର ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରି ରିପୋର୍ଟ ଦାଖଲ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ଅର୍ଗସ ବ୍ୟୁରୋ: ନକଲି ଡାକ୍ତର ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠକୁ ନେଇ ହାଇକୋର୍ଟ ଖପ୍ପା। ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରି ରିପୋର୍ଟ ଦାଖଲ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ। ଜାଲ ଚିକିତ୍ସକଙ୍କୁ ତୁରନ୍ତ ଠାବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଫେବୃଆରୀ ୨୦ ସୁଧା ସାନି ଅତିରିକ୍ତ ସତ୍ୟପାଠ ଦାଖଲ କରିବ ରାଜ୍ୟ ସରକାର ।
Download Argus News App
