ଖାଲି ଶ୍ରେଣୀ ଗୃହ ନୁହେଁ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ରାଜ୍ୟରେ ପୂର୍ବର ବିଜେଡ଼ି ଶାସନରେ ଶିକ୍ଷା ବ୍ୟବସ୍ଥାର ସତକୁ ପଦାରେ ପକାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଂଚାୟତ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ମାତ୍ର 4 ଜଣ ଶିକ୍ଷକରେ ଚାଲିଛି ଶିକ୍ଷାଦାନ। ସେହିପରି ମୂଳବସନ୍ତ ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଦୁଇଜଣ ଶିକ୍ଷକ 5ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ବଡମୁଳବସନ୍ତ ପ୍ରାଥମିକ ବିଦ୍ୟାଳୟରେ 107 ପିଲାଙ୍କ ପାଇଁ ରହିଛନ୍ତି ମାତ୍ର ଜଣେ ଶିକ୍ଷକ। ଗୋଟିଏ ପଟେ ଶିକ୍ଷକଙ୍କ ସଂଖ୍ୟା ବଢ଼ୁନି ଅଥଚ ବିଦ୍ୟାଳୟରୁ ଶିକ୍ଷକଙ୍କ ବଦଳି କରାଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ଅଭିଭାବକ।
ପଟ୍ଟାମୁଣ୍ଡାଇ ବ୍ଲକରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା। ପୂର୍ବର ବିଜେଡି ଶାସନର 25 ବର୍ଷରେ ଅଞ୍ଚଳରେ ଶିକ୍ଷାର ସ୍ତର ରସାତଳଗାମୀ ହୋଇଥିବାର ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ସବୁଠୁ ବଡ଼ କଥା ହେଉଛି 20 ହଜାର ପିଲାଙ୍କ ପାଇଁ ଅଛନ୍ତି ମାତ୍ର 661 ଜଣ ଶିକ୍ଷକ। ତେଣୁ ଯଥା ଶୀଘ୍ର ବିଦ୍ୟାଳୟଗୁଡିକରେ ଶିକ୍ଷକ ନୁଯୁକ୍ତି ନେଇ ଦାବି କରିଛନ୍ତି ଅଞ୍ଚଳବାସୀ। ଏନେଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବ୍ଲକ ଶିକ୍ଷାଅଧିକାରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: