୨୦୨୦ ମସିହା ଜୁଲାଇ ୧୩ ତାରିଖରେ ବାଲିସାହି (ମାଛୁଆତି)ଗ୍ରାମର ସନାତନ ମହାରଣାଙ୍କ ପୁତ୍ର ସୁସେନ ମହାରଣାଙ୍କୁ ବିବାହ କରିଥିଲେ ସସ୍ମିତା । ବିବାହ ସମୟରେ ବରପକ୍ଷର ଦାବି ମୁତାବକ ଯୌତୁକ ଦେଇ ବିବାହ ହୋଇଥିଲା ।ମନରେ ଅନେକ ଆଶା ଆଉ ଅସୁମାରୀ ସ୍ବପ୍ନ ନେଇ ନବବଧୁ ସାଜିଥିଲେ ସସ୍ମିତା । ପରିବାରରେ ସମସ୍ତଙ୍କ ସହ ମିଶି ରହିବା ନେଇ ମନରେ ଅନେକ ଆଶା ବାନ୍ଧିଥିଲେ । ସ୍ବମୀଙ୍କ ସହ ଖୁସିରେ ସଂସାର କରିବା ନେଇ ଅନେକ ଖୁସି ହେଉଥିଲେ । ହେଲେ କିଛି ଦିନ ମଧ୍ୟରେ ସଵୁ ଆଶା,ସ୍ବପ୍ନ ଧୁଳିସାତ ହୋଇ ଯାଇଥିଲା । ଶଶୁରଘର ଲୋକେ ତାଙ୍କର ଅସଲ ରୁପ ଦେଖାଇବା ଆରମ୍ଭ କରିଥିଲେ । ଅଧିକ ଯୌତୁକ ଦାବି କରି ନବବଧୁକୁ ବାରମ୍ବାର ନିର୍ଯ୍ୟାତନା ଦେଇଆସୁଥିଲେ ଶଶୁରଘର ଲୋକେ । ଯାହାକୁ ତାଙ୍କ ପକ୍ଷେ ଅସହ୍ୟ ହୋଇ ପଡିଥିଲା । ଏବଂ ସେ ବାଧ୍ୟ ହୋଇ ସାଲେପୁର ଥାନାର ଦ୍ବାରସ୍ଥ ହୋଇଥିଲେ । ସେଠାରେ ତାଙ୍କୁ ମନାକରିବାରୁ ସେ ଢେଙ୍କାନାଳ ଥାନାରେ ଅଭିଯୋଗ କରିଥିଲେ । ହେଲେ ବାରମ୍ବାର ଅଭିଯୋଗ ସତ୍ତ୍ବେ କେହି ତାଙ୍କ କଥା ଶୁଣିନଥିଲେ । ଶୁଣନ୍ତୁ ତାଙ୍କ ମୁହଁରୁ…
ଶିକାର ହୋଇନଥିଲେ ତାଙ୍କ ଗର୍ଭକୁ ଜୋର ଜବରଦସ୍ତି ତାଙ୍କ ସ୍ବାମୀ ଏବଂ ଶାଶୁରଙ୍କ ଦ୍ବାରା ନଷ୍ଟ କରାଯାଇଥିଲା । ଏବଂ ତାଙ୍କ ପରିବାରର ସ୍ବାମୀ,ଶଶୂର,ନଣନ୍ଦ,ନଣନ୍ଦେଇ ସମସ୍ତେ ତାଙ୍କ ଉପରେ ଅତ୍ୟାଚାର କରିଥିବା କଥା ସେ କହିଛନ୍ତି । ଏନେଇ ଥାନାରେ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ସେ ସ୍ବୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହ ଯୋଗାଯୋଗ କରିଥିଲେ । ଯାହା ଫଳରେ କିଛି ମହିଳାଙ୍କ ସହ ସେ ଧାରଣାରେ ବସିଛନ୍ତି
ତେବେ ତାଙ୍କ ପରିବାରରେ ଏପରି ଘଟଣା ଅନେକ ଦିନରୁ ଚାଲିଥିବା କୁହନ୍ତି ହିୟୁମ୍ୟାନ ରାଇଟସ ପ୍ରୋଟେକସନ ର ସେକ୍ରେଟାରୀ ବିଭୁତି ଭୂଷଣ ପାତ୍ର । ସେ କହିଥିଲେ ସେ ଉଭୟ ପରିବାରର କାଉନସେଲିଂ କରି ଏହି ଘଟଣାର ସମାଧାନ କରିବାକୁ ଚେଷ୍ଟା କରୁଥିବା ବେଳେ ପୁଅର ପରିବାର ଲୋକେ ରାଜି ହୋଇନଥିଲେ ।
ନ୍ୟାୟ ନମିଳିବା ଯାଏ ଧାରଣାରେ ବସିବା ସହ ଆତ୍ମାହୁତି ଦେବେ ବୋଲି କହିଛନ୍ତି। ସେ ଚାହୁଁଛନ୍ତି ତାଙ୍କ ସ୍ବାମୀଙ୍କ ସହ ମିଶି ରହିବାକୁ । ପରିବାର ସହ ମିଶି ଖୁସିରେ ସଂସାର କରିବାକୁ । ତେଣୁ ତାଙ୍କ ସ୍ବାମୀ ତାଙ୍କୁ ଗ୍ରହଣ କରନ୍ତୁ ବୋଲି ସେ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି । ଅନ୍ୟପଟେ ଶଶୁରଘରଲୋକେ ଘରର କବାଟ ତାଲା ପକାଇ ଘରୁ ଫେରାର ହୋଇଯାଇଥିଲା ବେଳେ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।