
ଅର୍ଗସ ବ୍ୟୁରୋ : ରାଜଧାନୀରେ ସଙ୍ଗୀନ ହେଉଛି କରୋନା ସ୍ଥିତି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ 7 ଦିନ ମଧ୍ୟରେ ରାଜଧାନୀରେ ଚିହ୍ନଟ ହୋଇଛନ୍ତି 919 ଆକ୍ରାନ୍ତ। ଗତ 21 ତାରିଖରେ ଭୁବନେଶ୍ଵରରେ 21 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 22 ତାରିଖରେ 91, 23 ତାରିଖରେ 126, 24 ତାରିଖରେ 248, 25 ତାରିଖରେ 111, 26 ତାରିଖରେ 163, ଓ 27 ତାରିଖରେ 159 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେପଟେ କେବଳ ଜୁଲାଇ ମାସରେ ରାଜ୍ୟରେ 20 ହଜାର ଅତିକ୍ରମ କଲା ଆକ୍ରାନ୍ତ ସଂଖ୍ୟା। 28 ଦିନରେ ରାଜ୍ୟରେ 20,791 ପଜିଟିଭ ଚିହ୍ନଟ ହୋଇଥିବା ବେଳେ 129 ଜଣଙ୍କ ଜୀବନ ନେଲାଣି ମହାମାରୀ କରୋନା।
ସୂଚନାନୁଯାୟୀ, ରାଜ୍ୟରେ ଏବେ ସଂକ୍ରମିତଙ୍କ ସଂଖ୍ୟା 28,107କୁ ବୃଦ୍ଧି ହୋଇଛି। ସେମାନଙ୍କ ମଧ୍ୟରୁ 10,545 ଆକ୍ଟିଭ୍ କେସ୍ ଥିବା ବେଳେ 17,373 ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
