ଅଧିକ ପଢନ୍ତୁ : ମୋଦି ସରକାରଙ୍କ ସଫଳତାକୁ ନେଇ ବ୍ୟାପକ ଜନସଂପର୍କ କରିବ ଯୁବମୋର୍ଚ୍ଚା
ଗସ୍ତ ଅବସରରେ ଶ୍ରୀ ମହାନ୍ତି ମହାସମୁଦ୍ର ଲୋକସଭାର ସରେଇପାଲି ଓ ବସନା ବିଧାନସଭା; ଦୁର୍ଗ ଲୋକସଭାର ଭିଲାଇ ସିଟି, ଦୁର୍ଗ ସିଟି, ଦୁର୍ଗ ଗ୍ରାମୀଣ ବିଧାନସଭା; ରାୟପୁର ଲୋକସଭାର ରାୟପୁର; ରାଜନନ୍ଦନଗାଁଓ ଲୋକସଭାର ଡଙ୍ଗରଗଡ, ଖେରାଗଡ, କବର୍ଦ୍ଧା, ପଣ୍ଡରିଆ ଓ ଡଙ୍ଗରଗାଓଁରେ ବିଭିନ୍ନ ସଭା ସମିତି କରିଥିଲେ । ଅତୀତରେ ଯୋଜନାଗୁଡିକ କେବଳ କାଗଜ କଲମରେ ସୀମିତ ଥିଲା ଏବଂ ଧୁଳି ବସିଯାଉଥିଲା । ଗତ ୯ ବର୍ଷ ହେଉଛି ଭାରତବର୍ଷ ପାଇଁ “ନବନିର୍ମାଣ” ଏବଂ “ଗରୀବକଲ୍ୟାଣ” ର ୯ ବର୍ଷ । ଏକବିଂଶ ଶତାବ୍ଦୀ ହେଉଛି ଭାରତବର୍ଷର ବୋଲି ଆଜି ସମଗ୍ର ବିଶ୍ୱ କହୁଛି । ନିର୍ଦ୍ଦିଷ୍ଟ ଦଳର “ଆମ ପରିବାର, ଆମ ବିକାଶ” କୁ ପରିତ୍ୟାଗ କରି “ସବକା ସାଥ, ସବକା ବିକାଶ”ର କାହାଣୀ ଲେଖିଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ଜାତିବାଦ’, ‘ପରିବାରବାଦ’, ‘ଭ୍ରଷ୍ଟାଚାର’ ଏବଂ ‘ତୁଷ୍ଟିକରଣ’ର ରାଜନୀତିକୁ ଅନ୍ତ କରି ‘ବିକାଶବାଦ୍ ରାଜନୀତି’ର ପ୍ରତିଷ୍ଠା କରିଛନ୍ତି । ଆଜି ଭାରତର ବିକାଶରେ ଗତି, ପ୍ରଗତି, ଶକ୍ତି, ସୁରକ୍ଷା ଓ ସଂଯମତା ଅଛି । ଏହା ହେଉଛି ନୂତନ ଭାରତ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ଭାରତ, ମିଶନ ଇଣ୍ଡିଆ ଲକ୍ଷ୍ୟ ନେଇ ଆଗକୁ ବଢୁଥିବା ଭାରତବର୍ଷ । ଗତ ୯ ବର୍ଷ ଶାସନରେ ପ୍ରଧାନମନ୍ତ୍ରୀ ମୋଦି ଭାରତବର୍ଷକୁ “ଆତ୍ମନିର୍ଭର ଭାରତ”ରେ ଗଢି ତୋଳିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଗସ୍ତ ଅବସରରେ ଶ୍ରୀ ମହାନ୍ତି ପ୍ରବାସୀ ଓଡିଆ ସମାଜଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ଶ୍ରୀ ମହାନ୍ତି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।