ଅଧିକ ପଢନ୍ତୁ : ତିନି ଦିନ ଭିତରେ କୋର୍ଟରେ ହାଜର ନହେଲେ ଗିରଫ ହେବେ ବିଦ୍ୟାଭାରତୀ
ପାରଳାଖେମୁଣ୍ଡି SDJM କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଆସିଥିଲେ ବିଦ୍ୟାଭରତୀ । ପୂର୍ବରୁ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ମିଳିଥିଲା ଅଶ୍ବସ୍ତି । ଆସନ୍ତା ଜୁଲାଇ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ହୋଇ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଏକ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ।
ଯାହାର ଶୁଣାଣୀ କରି କୋର୍ଟ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେଇଆ ମନ୍ମଥ କୁମ୍ଭଙ୍କୁ ୧୨୦ ବି ଓ ୩୦୨ ରେ ନୋଟିସ ଜାରି କରିଥିଲେ । କେବଳ ଏତିକି ନୁହେଁ କୋର୍ଟ ସମନ୍ ଜାରି କରିବା ପରେ ମଧ୍ୟ ହାଜର ନହେବାରୁ ସେମାନଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଥିଲେ ନିମ୍ନ ଅଦାଲତ ।