326 ନମ୍ବର ଜାତୀୟ ରାଜପଥରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ହୋଇଛି ଏ ଜଙ୍ଗଲ ଜମି ଜବରଦଖଲ ଆଉ ବେଆଇନ ନିର୍ମାଣ। ଇସଲାମନଗର ନାଁରେ ଏ ଲ୍ୟାଣ୍ଡ ଜିହାଦ ପାଇଁ ବିଜେଡି ଶାସନ ସମୟରେ ଦିଆଯାଇଛି ଭରପୁର ପ୍ରୋତ୍ସାହନ ଓ ସହାୟତା। ଜବରଦଖଲ ଜମିକୁ ସଂଯୋଗ ହୋଇଥିବା ଏ ରାସ୍ତା ନରେଗା ଯୋଜନାରେ ନିର୍ମାଣ ହୋଇଛି। ମତ୍ସ୍ୟ ବିଭାଗର ସହାୟତାରେ ପୋଖରୀ ଖୋଳା ଯାଇଛି, ଜଳସେଚନ ପାଇଁ ସରକାରୀ ଟଙ୍କାରେ ଉଠାଜଳସେଚନ ପ୍ରକଳ୍ପ ବି ହୋଇଛି । ଏ କେଳେଙ୍କାରୀ ପଛରେ କେଉଁ କେଉଁ ପ୍ରଶାସନିକ ଅଧିକାରୀ ଓ ବିଜେଡି ନେତାଙ୍କର ହାତ ଅଛି ତାହା ବଡ଼ ପ୍ରଶ୍ନ। ଦଶକ ଦଶକ ଧରି ମୋଟୁରେ ଚାଲିଛି ଏ ଜମି କେଳେଙ୍କାରୀ । ସବୁ ଜାଣିଛନ୍ତି ସ୍ଥାନୀୟ ରାଜସ୍ବ ଓ ଜଙ୍ଗଲ ବିଭାଗ ଅଧିକାରୀ। କିନ୍ତୁ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗରେ ପରସ୍ପର ଉପରେ ଦୋଷ ଲଦୁଛନ୍ତି ସ୍ଥାନୀୟ ତହସିଲଦାର ଓ ଫରେଷ୍ଟ ରେଞ୍ଜର। ପ୍ରଶ୍ନ ହେଲା ଜବରଦଖଲ ଜମିରେ ସରକାରୀ ପ୍ରକଳ୍ପ ହେଲା କେମିତି ? ଇସଲାମନଗର କାର୍ପଟଦାରଙ୍କୁ ସୁରକ୍ଷା ଦେଉଛି କିଏ ? କାହିଁକି ଜଙ୍ଗଲ ଜମିରୁ ଜବରଦଖଲ ଉଚ୍ଛେଦ କରୁନାହିଁ ମାଲକାନଗିରି ପ୍ରଶାସନ ? କାହା ଚାପରେ ଚୁପ୍ ବସିଛନ୍ତି ସ୍ଥାନୀୟ ରାଜସ୍ବ ଓ ଜଙ୍ଗଲ ଅଧିକାରୀ ?
ଅଧିକ ପଢନ୍ତୁ ଓଡ଼ିଶା ଖବର