ଅର୍ଗସ ବ୍ୟୁରୋ: ରାଜ୍ୟରେ ହୁଏତ ସଂକ୍ରମଣ ସଂଖ୍ୟା କମୁଛି, କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ଯାହାକୁ ଦୃଷ୍ଟିରେ ରଖି ପରୀକ୍ଷାଗୁଡିକୁ ବନ୍ଦ କରିଦିଆଯାଇଛି। ତେବେ ଚଳିତବର୍ଷ ରାଜ୍ୟରେ ହେବନି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ଯାହାକୁ ନେଇ ଛାତ୍ରଛାତ୍ରୀ ଚିନ୍ତିତ। କିନ୍ତୁ ସପ୍ଲିମେଣ୍ଟାରୀ ପରୀକ୍ଷା ନହେଲେ ବି ହାଇସ୍କୁଲ ସାର୍ଟିଫିଟେକରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୫ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଫର୍ମପୂରଣ କରି ପରୀକ୍ଷା ଦେଇ ପାରିବେ । କରୋନା ଯୋଗୁ ଏବର୍ଷ ପରୀକ୍ଷା ହୋଇ ନାହିଁ । ବିକଳ୍ପ ମୂଲ୍ୟାନ ପଦ୍ଧତିରେ ରେଜଲ୍ଟ ପ୍ରକାଶ ପାଇଛି । ଏହାପରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିଲେ, ଫେଲ୍ ହୋଇଥିଲେ କିମ୍ବା ଫର୍ମ ପୂରଣ କରି ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ବାତିଲ କରାଯାଇଛି ।
ବିକଳ୍ପ ପରୀକ୍ଷା ଅଗଷ୍ଟ ମାସ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ତେଣୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ହାତରେ ବେଶୀ ସମୟ ନାହିଁ ।