କିମ୍ବଦନ୍ତୀ ଅନୁସାରେ ଓଡ଼ିଶାରେ ସାଧବ ପୁଅ ମାନେ ଦେଶ ଓ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ । ଏକ ସାଧବ ଭାଇ ମାନେ ବାଣିଜ୍ୟ କରିବାକୁ ଯିବା ପରେ ସେମାନଙ୍କର ଏକ ମାତ୍ର ଅଲିଅଳି ଭଉଣୀ ତଅପୋଇକୁ ଭାଉଜ ମାନେ ବହୁ କଷ୍ଟ ଦେଉଥିଲେ । ତେବେ ମା' ମଙ୍ଗଳାଙ୍କୁ ପୂଜା କରିବା ପରେ ଭାଇ ମାନେ ବାଣିଜ୍ୟରୁ ସୁରକ୍ଷିତ ଫେରିଆସିବା ପରେ ଭାଉଜଙ୍କ ଯାତନାରୁ ମୁକୁଳିଥିଲେ ତଅପୋଇ । ସେହିଦିନ ଠାରୁ କୁମାରୀମାନେ ଖୁଦୁରୁକୁଣୀ ଓଷା ପାଳନ କରିଥାନ୍ତି । ଝିଅ ମାନେ ଦୂରରେ ଥିବା ଆତ୍ମୀୟ ଓ ଭାଇ ମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳନ କରିଥାନ୍ତି।
ଏହି ଦିନ ଝିଅ ମାନେ ସକାଳୁ ଉଠି ଫୁଲ ତୋଳିଥାନ୍ତି ।ଆଉ ସ୍ନାନ ସାରିବା ପରେ ଏହି ଓଷା ପାଇଁ ପୂଜା କରିଥାନ୍ତି । ଢ଼ିଙ୍କିଶାଳରେ ଖୁଦୁରୁକୁଣୀ ପୂଜା କରିଥାନ୍ତି । ଆଉ କୁମାରୀ ମାନେ ସାଜସଜାରେ ସମୟ ବିତାଇଥାନ୍ତି । ସନ୍ଧ୍ୟାରେ ପୂଜା ଆରମ୍ଭ ହେଇଥାଏ । ମା ମଙ୍ଗଳାଙ୍କୁ ପୂଜା କରାଯାଏ । ଆଉ କୁମାରୀ ମାନଙ୍କର ଭିଡ ଲାଗିଥାଏ । ଆଉ ମାଙ୍କ ପାଖରେ ବିଭିନ ପ୍ରକାରର ଫଳ ଲଗାଯାଇଥାଏ। ପୂଜାରେ ଧୂପ, ଦୀପ ଶଙ୍ଖ ହୁଳହୁଳି ମଧ୍ୟରେ ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡା, କାକୁଡି କଦଳୀ ସହିତ ନାନା ପ୍ରକାରର ଫଳ ଲଗାଇ ଭୋଗ ହେଇଥାଏ । ତେବେ ଖୁଦ ଭଜା ଠାକୁରାଣୀଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ। ଯେଉଁଥିପାଇଁ ତାଙ୍କ ନାମ ଖୁଦୁରୁକୁଣୀ ବୋଲି ରଖାଯାଇଛି ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର