ବାଲେଶ୍ୱର ଜିଲ୍ଲା ମାଛ ଚାଷ କ୍ଷେତ୍ରରେ ଅଗ୍ରଣୀ, ହେଲେ ମାଛ ବିକ୍ରି ପାଇଁ ମାର୍କେଟ ନଥିବା ପ୍ରସଙ୍ଗରେ ତାଙ୍କ ବିଭାଗ ପକ୍ଷରୁ ଖୁବଶିଘ୍ର ବାଲେଶ୍ୱର ଜିଲ୍ଲାରେ ମାଛ ବିକ୍ରି ପାଇଁ ମାର୍କେଟ ହେବାକୁ ଯାଉଥିବା କହିଛନ୍ତି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଚାଷୀ ମାନଙ୍କୁ ନିଜ ନିଜ କ୍ଷେତରେ ବିଭିନ୍ନ ପ୍ରକାର ଚାଷ କରିବା ସହ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରିବାକୁ ଚାଷୀ ମାନକୁ କହିଥିଲେ। ଜିଲ୍ଲାରେ ଚାଷ କ୍ଷେତରେ ସଫଳ75ଜଣ ଚାଷୀଙ୍କୁ କେନ୍ଦ୍ରମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ କେନ୍ଦ୍ରମନ୍ତ୍ରୀ ଏହି ମେଳାରେ ବିଭିନ୍ନ ଆଡୁ ଆସି ଚାଷ ସଂବଧିୟ ଷ୍ଟଲ ଗୁଡିକ ବୁଲି ଦେଖିବା ସହ ସେମାନଙ୍କ ସମସ୍ୟା ଓ ଚାଷ ବିଷୟରେ ପଚାରି ବୁଝିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରେମୁଣା ବିଧାୟକ ସୁଦାମ ପରିଡା, ରବର ବୋର୍ଡ଼ ଚେୟାରମ୍ୟାନ, କୃଷି ଜଗରଣର ମୁଖ୍ୟ ଓ ବହୁ ବିଜେପି ନେତା ଏଥିରେ ଅଂଶ ଗ୍ରହଣ କରିଥିଲେ। ରାହୁଲ ଗାନ୍ଧିଙ୍କ ସଭ୍ୟପଦ ରବ୍ଦ ପ୍ରସଙ୍ଗ ରେ କହିଛନ୍ତି ଲାକ୍ଷାଦ୍ଵୀପ ସାଂସଦଙ୍କ ସଭ୍ୟାପଦ ଯିବାବେଳେ ରାହୁଲ ଗାନ୍ଧୀ କୋଉଠି ଥିଲେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।।

ବାଲେଶ୍ୱର : ବାଲେଶ୍ୱର ସହରର କୁରୁଡ଼ା ପଡିଆରେ ତିନି ଦିନିଆ ମତ୍ସ୍ୟ ଓ ପଶୁପାଳନ ସମ୍ପର୍କିତ ଏକ ପ୍ରଦର୍ଶନୀକୁ କେନ୍ଦ୍ର ଦୁଗ୍ଧ ଉତ୍ପାଦନ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଉଦଘାଟନ କରିଛନ୍ତି। ଜିଲ୍ଲାର କୋଣ ଅନୁ କୋଣରୁ ଆସିଥିବା ଚାଷୀ ମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ଗୋପାଳନ ଓ ଗୋମାତାର ସ୍ୱାସ୍ଥ୍ୟ ନେଇ ଚିନ୍ତା କରି ଦେଶର ବିଭିନ୍ନ ରାଜ୍ୟକୁ ମୋବାଇଲ ପଶୁ ଆମ୍ବୁଲାନ୍ସ ପ୍ରଦାନ କରିବା ସହ ଏହାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର 60 ପ୍ରତିଶତ ଦେଉଥିବା କହିଥିଲେ। ସେହିପରି ଗୋମତାର ସୁରକ୍ଷା ପାଇଁ କରୋନାର ଗୋଟିଏ ବର୍ଷ ପୂର୍ବରୁ ସମସ୍ତ ଗୋମତାଙ୍କୁ ମାଗଣାରେ ଭେକ୍ସିନେସନ ସମ୍ପୂର୍ଣ୍ଣ ମାଗଣା ମାନ୍ୟବର ପ୍ରଧାନମନ୍ତ୍ରୀ ଦେଇଥିବା କହିଥିଲେ।

ଅର୍ଗସ ବ୍ୟୁରୋ: ଅନେକ ଦିନର ବ୍ୟବଧାନ ପରେ ବଡ ପରଦାରେ ନଜର ଆସିବେ ଉର୍ବଶୀ। ପରବିନ୍ ବବିଙ୍କ ବାୟୋପିକରେ ନଜର ଆସିବେ ଉର୍ବଶୀ ରୌତେଲା। ସାମ୍ନାକୁ ଆସିବ ପରବିନ ବବିଙ୍କ ଲାଇଫ ଷ୍ଟାଇଲ। ଯାହାକୁ ନେଇ ଉର୍ବଶୀ ବହୁତ ଖୁସି ଥିବା ଜଣାପଡିଛି।
ପରବିନଙ୍କ ବାୟୋପିକରେ
ନିକଟରେ ଉର୍ବଶୀ ତାଙ୍କ ଅଫିସିଆଲ ଇନଷ୍ଟ୍ରାଗ୍ରାମ ହ୍ୟାଣ୍ଡେଲରୁ ଏକ ପୋଷ୍ଟ ସେୟାର କରିଛନ୍ତି।ଏହି ଖବର ସାମ୍ନାକୁ ଆସିବା ଦିନଠାରୁ ସମସ୍ତଙ୍କ ଆଖି ତାଙ୍କ ଉପରେ ରହିଛି। ଏହା ବ୍ୟତୀତ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ବଲିଉଡ ବିଫଳ ହୋଇଛି କିନ୍ତୁ ମୁଁ ଆପଣଙ୍କୁ ଗର୍ବିତ କରାଇବି ପରବିନ ବବି। ବାସ୍ତବରେ ଏହି ନୂତନ ଯାତ୍ରା ଖୁବ ସୁନ୍ଦର। ପରବିନ ବବିଙ୍କ ବାୟୋପିକରେ ଉର୍ବଶୀଙ୍କୁ ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

ପୁରୀ: ସ୍ନାନବେଦୀରେ ମହାପ୍ରଭୁଙ୍କର ସ୍ନାନନୀତି ସରିବା ପରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା କରାଯିବା ପରେ ଶ୍ରୀଜୀଉଙ୍କର ଧୂପ ଭୋଗ ଅନୁଷ୍ଠିତ ହୋଇଥିଲା । ଏହାପରେ ପୁଷ୍ପାଳକ, ସିଂହାରୀ, ମେକାପ ସେବାୟତମାନଙ୍କ ଦ୍ୱାରା ଶ୍ରୀଜିଉଙ୍କୁ ହାତୀ ବେଶରେ ସୁସଜ୍ଜିତ କରାଯାଉଛି । କିଛି ସମୟ ପରେ ଶ୍ରୀଜୀଉ ଗଜବେଶରେ ଦର୍ଶନ ଦେବେ ।
ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍କେଟ ଛକରୁ ବ୍ୟାରିକେଡ଼ ଏବଂ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରୁ ଜିକ୍ ଜ୍ୟାକ୍ ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିଲା । ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନର ବ୍ୟବସ୍ଥା ହୋଇଥିଲା । କିଏ ହନୁମାନ ତ ଆଉ କିଏ ଓଡ଼ିଶୀ ନୃତ୍ୟ କରି ନିଜକୁ ସମର୍ପଣ କରୁଥିଲା। ଜନଗହଳି ନିୟନ୍ତ୍ରଣ,ଟ୍ରାଫିକ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ଆହୁରି ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର...

ବଲାଙ୍ଗୀର: କିଡନୀ ରୋଗ ନେଉଛି ଜୀବନ। ଚାଳିଶ ବର୍ଷରେ ଗଲାଣି ୬୦ ଟି ଜୀବନ। ଏବେବି ୨୫ ଲୋକ କିଡନୀ ରୋଗରେ ପୀଡିତ ଅଛନ୍ତି । ଆମେ କହୁଛୁ ବଲାଙ୍ଗୀର ଲୋଇସିଂହା କଦଳୀପାଳି ଗାଁର ସମସ୍ୟା ସମ୍ପର୍କରେ , କିଡନି ରୋଗ ପାଇଁ ପାଣିକୁ ଦାୟୀ କରିଛନ୍ତି ଲୋକେ । ଗାଁର ପ୍ରାୟ ସମସ୍ତେ ଚାଷକାମ କରି ନହେଲେ ମୂଳଲାଗି ପେଟ ପୋଷୁଥିବା ଯୋଗୁଁ ଚିକିତ୍ସାରେ ବାଧକ ସାଜିଛି ଅର୍ଥ । ଲୋଇସିଂହା ଡାକ୍ତରଖାନାରେ ମଧ୍ୟ କିଡନି ରୋଗର ଚିକିତ୍ସା ବ୍ୟବସ୍ଥା ନାହିଁ । କଟକ ଭୁବନେଶ୍ବର ଯିବାକୁ ସମ୍ବଳ ବି ନାହିଁ ତେଣୁ ଅକାଳରେ ଚାଲି ଯାଉଛି ଲୋକଙ୍କ ଜୀବନ । ନଳକୂପର ପାଣି ଫ୍ଲୋରାଇଡ଼ ଯୁକ୍ତ ହୋଇଥିବାରୁ ରୋଗ ବ୍ୟପୁଥିବା ଅଭିଯୋଗ ହୋଇଛି ।
ଗାଁରେ ଆଜିଯାଏ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇନାହିଁ । ଜଳ ଯୋଗାଣ ପାଇଁ ପ୍ରଶାସନ ତରଫରୁ ପାଣିଟାଙ୍କି ନିର୍ମାଣ କାମ ହୋଇଥିଲେ ମଧ୍ୟ ଠିକାଦାର ଓ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଜଳ ଯୋଗାଣ ପ୍ରକଳ୍ପ କାମ ଅଧା ପନ୍ତରିଆ ପଡିରହିଛି । ସେପଟେ ଘଟଣାକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୁଝାରି ଗୁରୁତର ସହ ନେବା ସହ ରୋଗରୁ ଉଦ୍ଧାର କରିବାକୁ ଲୋକେ ଦାବି କରିଛନ୍ତି । ପିଇବା ପାଣି ସମସ୍ୟାର ସମାଧାନ ସହ କିଡନୀ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇବା ଜରୁରୀ ହୋଇ ପଡିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
