ଅଧିକ ପଢ଼ନ୍ତୁ: ନକଲି ସାର୍ଟିଫିକେଟ୍ ଧରି ଚାକିରି କରିବାକୁ ଯାଇଥିଲେ, ଧରାପଡିଲେ 37
37ଜଣ ଜାଲ୍ ସାର୍ଟିଫିକେଟ ଦେଇଥିବା ଭେରିଫିକେସନ ବେଳେ ଜଣାପଡ଼ିଥିଲା।ବଲାଙ୍ଗୀର ଡାକମଣ୍ଡଳ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ଯେଉଁଥିରେ ବାହାରିଛି ୮୩ ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଏ.ବି.ପି.ଏମ ଓ ଡାକ ସେବକ ପଦବୀ । ନିୟମ ଅନୁଯାୟୀ, ପୋଷ୍ଟ ଅଫିସରେ ଚାକିରୀ ପାଇଁ କୌଣସି ପରୀକ୍ଷା ହୁଏ ନାହିଁ, ଅଧିକ ମାର୍କ ରଖିଥିବା ପ୍ରାଥିଙ୍କୁ ହିଁ ଚୟନ କରାଯାଇଥାଏ । ଫଳରେ ଅଧିକ ମାର୍କ ରଖିଥିବା ଆବେଦନକାରୀଙ୍କ ସାର୍ଟିଫିକେଟ ଓ ମାର୍କସିଟ୍ ଛାନଭିନ୍ ହେଉଛି । ଛାନଭିନରୁ ଜଣାପଡିଛି ୩୭ ଜଣଙ୍କର ସାର୍ଟିଫିକେଟ ନକଲି ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
ଉତ୍ତରପ୍ରଦେଶର ଏକ କଲେଜରୁ ଏହି ସାର୍ଟିଫିକେଟ କିଣାଯାଇଥିବା ଜଣାପଡିଛି । ଅନ୍ୟପଟରେ ପାଟଣାଗଡ ଧୁମାଭଟାର ସୁବଲୟା ଭୁଏ ଦେଇଥିବା ସାର୍ଟିଫିକେଟରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଇଂରାଜୀ ବିଷୟରେ ୯୯ ମାର୍କ ରଖିଥିଲେ । ଯାହାକୁ ଦେଖି ଡାକ ବିଭାଗ ଅଧିକାରୀଙ୍କ ସନ୍ଦେହ ହେବାରୁ କିଛି ଶଦ୍ଦ ଇଂରାଜୀରେ ଲେଖିବା ପାଇଁ କହିଥିଲେ ।