ପରିଷଦ କହିଛି ଯେ, ରାଜ୍ୟରେ ସ୍କୁଲ ମାନଙ୍କରେ ଭିତିଭୂମି ଅଭାବ ଓ ଡିଜିଟାଲ କ୍ଲାସ ରୁମର ଅଭାବ ଯୋଗୁଁ ଛାତ୍ର ଛାତ୍ରୀ ମାନେ ଏହି କରୋନା ମହାମାରୀ ସମୟରେ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ।ସରକାର ଘୋଷଣା କଲେ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ପୂର୍ବ ଦୁଇ ବର୍ଷର ମାର୍କ ଦେଖି ସେମାନଙ୍କ ଖାତା ମୂଲ୍ୟାଙ୍କନ କରାଯିବ ।ବୋର୍ଡ ମଧ୍ୟ ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପୂର୍ବ ବର୍ଷର ମାର୍କ ଅନୁଯାଇ ସମସ୍ତଙ୍କ ଫଳଫଳ ଘୋଷଣା କରାଗଲା ।ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ୫ଲକ୍ଷ ୬୨ହଜାର ୧୦ଜଣ ଛାତ୍ର ଛାତ୍ରୀ ପାସ କରିଛନ୍ତି । ସାରା ରାଜ୍ୟରେ +୨ରେ ସିଟ୍ ସଂଖ୍ୟା ୪ଲକ୍ଷ ୪୩ ହଜାର ରହିଛି ।ପୂର୍ବରୁ କଲେଜର ସିଟ୍ ସଂଖ୍ୟା ବୃଦ୍ଧି କରିବାକୁହେଲେ ସେହି ସମୟରେ ଏକ ସ୍ୱତନ୍ତ୍ର ଟିମ ସେହି କଲେଜକୁ ତଦାରଖ କରିବାକୁ ଯାଉଥିଲା ଏବଂ କଲେଜର କ୍ଲାସ ରୁମ,ଲାଇବ୍ରେରୀ, ଲାବ୍ରୋଟେରୀ ,staff ,ଓ ଅଧ୍ୟାପକ ଅଧ୍ୟାପିକା ସହ ସମସ୍ତ ବିଷୟକୁ ଅନୁଧ୍ୟାନ କରି ସିଟ୍ ବଢ଼ାଇବା ପାଇଁ ଅନୁମତି ଦେଉଥିଲେ ।ବର୍ତ୍ତମାନ ପାଶ ହାରକୁ ଲକ୍ଷ୍ୟ କରି ଯୁକ୍ତ ଦୁଇ ସିଟ୍ ବଢ଼ାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।କିନ୍ତୁ ସମସ୍ତ ଘରୋଇ ଉଚ୍ଚ ମାଧ୍ୟମିକ ସ୍କୁଲ ମାନଙ୍କର ଭିତିଭୂମି ଓ ଅଧ୍ୟାପକ ଅଧ୍ୟାପିକା ସଂଖ୍ୟା ଛାତ୍ର ଛାତ୍ରୀଙ୍କ ତୁଳନାରେ ବହୁତ କମ ରହିଛି ।
ପ୍ରଥମେ ସମସ୍ତ ଘରୋଇ କଲେଜ ନିଜର କ୍ଲାସ ରୁମ,ଲାଇବ୍ରେରୀ, ଲାବ୍ରୋଟେରୀ ,staff ,ଓ ଅଧ୍ୟାପକ ଓ ଅଧ୍ୟାପିକାଙ୍କର ସମ୍ପୂର୍ଣ୍ଣ ବିବରଣୀ ସରକାରଙ୍କୁ ଦେବା ସହ କଲେଜରେ ପିଲାଙ୍କୁ ପଢାଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ତା ଅଛି ବୋଲି ଶିକ୍ଷା ଅନୁଷ୍ଠାନର ମୁଖ୍ୟ ମତ ରଖନ୍ତୁ ଏବଂ ଛାତ୍ର ଛାତ୍ରୀ ମାନେ ପଢିବାକୁ ଯେଉଁ ସରକାରୀ ଓ ବେସରକାରୀ କଲେଜ ଅଛି ସେହି କଲେଜ ମାନଙ୍କରେ ସିଟ୍ ବୃଦ୍ଧି କରିବାକୁ ସରକାର ତତ୍ପର ହୁଅନ୍ତୁ , ଅନ୍ୟଥା ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନେ ଅସୁବିଧା ର ସମ୍ମୁଖୀନ ହେବେ।ଯାହାଫଳରେ ମେଧାବୀ ଛାତ୍ର ଛାତ୍ରୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେବେ । ଯଦି ସରକାର ବଢ଼ା ହେବାକୁ ଥିବା ସମସ୍ତ କଲେଜ ମାନଙ୍କରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସମସ୍ତ କଲେଜରେ ଯାଂଚ ନକରନ୍ତି , ଯଦି ରାଜ୍ୟରେ ଘରୋଇ କଲେଜ ମାନଙ୍କରେ କୌଣସିବି ତଦାରଖ ବିନା ସିଟ୍ ବୃଦ୍ଧି କରନ୍ତି ତେବେ ଶିକ୍ଷାରେ ବ୍ୟବସାୟ କରଣକୁ ସରକାର ନିଜେ ପ୍ରସୟ ଦେଉଛନ୍ତି ବୋଲି ଏଥୁରୁ ସ୍ପଷ୍ଟ ଜାଣି ହେଉଛି।
ଏବିଭିପି ଓଡ଼ିଶାର ରାଜ୍ୟ ସମ୍ପାଦକ ସୌଭାଗ୍ୟ ମୋହାନ୍ତି କହିଛନ୍ତି ଯଦି ସରକାର ଏହି ଗୁରୁତ୍ଵ ପୂର୍ଣ୍ଣ ବିଷୟ କୁ ଗୁରୁତ୍ଵର ସହ ନନେଇ ସାଧାରଣ ଭାବେ ନିଅନ୍ତି ତେବେ ଚଳିତ ବର୍ଷ ଛାତ୍ର ଛାତ୍ରୀଙ୍କ ପାଇଁ ଘୋର ଅନ୍ୟାୟ ହେବ ।