କୌଣସି ଗୋଲ୍ ନ କରି ଉଭୟ ଟିମ୍ ବରାବର ସ୍ଥିତିରେ ଥିଲେ । ତେବେ ଦ୍ବିତୀୟ କ୍ବାଟରରେ ଭାରତ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ ସମସେର ସିଂ । ସେହିପରି ତୃତୀୟ କ୍ବାଟରରେ ଦ୍ବିତୀୟ ଗୋଲ୍ ଦେଇଥିଲେ ଅକାଶଦୀପ ସିଂ । ଏହାପରେ ୱେଲ୍ସ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ୨-୨ ଗୋଲ୍ ରେ ମ୍ୟାଚ୍ କୁ ବରାବର ରଖିଥିଲା । ତେବେ ଚତୁର୍ଥ କ୍ବାଟରରେ ଆକାଶଦୀପ ସିଂଆଉ ଏକ ଗୋଲ୍ କରିବା ସହ ଭାରତକୁ ୩-୨ରେ ଆଗୁଆ କରିଥିଲେ । ଏହାପରେ ଏକ ପେନାଲ୍ଟକୁ ଗୋଲ୍ ରେ ବଦଳାଇବାରେ ସଫଳ ହୋଇଥିଲେ ଅଧିନାୟକ ହରମନପ୍ରୀତ ସିଂ ।
ଆଉ ୪-୨ରେ ୱେଲ୍ସକୁ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ୱେଲ୍ସ ଭଳି ଦୁର୍ବଳ ଦଳ ବିପକ୍ଷରେ ଅଧିକ ଗୋଲ୍ ଆଶା କରାଯାଉଥିଲେ ମଧ୍ୟ ଏହା ହୋଇପାରି ନଥିଲା । ତେବେ ବିଜୟ ପରେ ମଧ୍ୟ ନିରାଶ ହୋଇଛି ଟିମ୍ । ପଏଣ୍ଟ ଟେବୁଲରେ ଭାରତକୁ ମିଳିଛି ୭ ପଏଣ୍ଟ । ଯାହା ଇଂଲଣ୍ଡ ସହ ସମାନ । ତଥାପି ସିଧାସଳଖ କ୍ବାଟାର ଫାଇନାଲକୁ ଯାଇ ପାରିନି ଦଳ । ଇଂଲଣ୍ଡକୁ ମଧ୍ୟ ୭ ପଏଣ୍ଟ ମିଳିଥିବା ବେଳେ ଅଧିକ ଗୋଲ୍ କରିଥିବାରୁ ସିଧାସଳଖ କ୍ବାଟରକୁ ଉନ୍ନିତ ହୋଇଛି ଟିମ୍ । ଗ୍ରୁପ ଡିରେ ଖେଳାଯାଇଥିବା ୩ଟି ମ୍ୟାଚ୍ରୁ ପ୍ରଥମେ ଭାରତ ସ୍ପେନକୁ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍ ଇଂଲଣ୍ଡ ସହ ଡ୍ର ରହିଥିଲା । ଆଉ ଶେଷ ମ୍ୟାଚ୍ ରେ ୱେଲ୍ସକୁ ପରାସ୍ତ କରିଛି ମେନ୍ ଇନ ବ୍ଲ ।
ତଥାପି ଗ୍ରୁପ ଡିରେ ଅଧିକ ଗୋଲ୍ ଦୃଷ୍ଟିରୁ ଏହାର ଫାଇଦା ଇଂଲଣ୍ଡକୁ ମିଳିଛି । ତେବେ ୨୨ ତାରିଖ ଦିନ ନ୍ୟୁଜିଲାଣ୍ଡ ସହ କ୍ରସ ଓଭର ମ୍ୟାଚ୍ ଖେଳିବ ଭାରତ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ସେଥିରେ ବିଜୟୀ ହେଲେ ଗ୍ରୁପ୍-B ର ବିଜେତା ଜର୍ମାନୀ କିମ୍ବା ବେଲଜିୟମ ସହ ଖେଳିବାକୁ ପଡ଼ିବ ।