କେବଳ ରାଜଧାନୀ ଭୁବନେଶ୍ୱର ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଏହିପରି ଶିବିର ଆୟୋଜନ କରାଯାଇଛି । ଏହା ସହ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ହାସଲ କରିଛି ଇଣ୍ଡିଆନ ବ୍ୟାଙ୍କ । ବର୍ତମାନ ସୁଦ୍ଧା ବ୍ୟାଙ୍କ ତରଫରୁ ରାଜ୍ୟରେ 126 କୋଟି ଏବଂ ରାଜ୍ୟ ବାହାରେ 20 କୋଟି ଟଙ୍କା ପ୍ରଦାନ କରାଯାଇଛି ଏବଂ 2024 ସୁଦ୍ଧା ବ୍ୟାଙ୍କ ଋଣ 500 କୋଟିରେ ପହଂଚିବ ବୋଲି ସାମ୍ବାଦିକ ସମିଳନୀରେ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଆଉଟରିଚ ଅନୁଷ୍ଠିତ ହୋଇଯାଇଛି

ଅର୍ଗସ ବ୍ୟୁରୋ : ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରର ରେଳ ଅଡ଼ିଟୋରିୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଏକ ଆଉଟରିଚ ଅନୁଷ୍ଠିତ ହୋଇଯାଇଛି । ଏହି ସିବିରରେ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଶାନ୍ତିଲାଲ ଜୈନ, ବ୍ୟାଙ୍କର କ୍ଷେତ୍ରୀୟ ମହାପ୍ରବନ୍ଧକ ମନୋଜ ଦାସ, ମିଶନ ଶକ୍ତିର ଯୁଗ୍ମ ସଚିବ ବିନୋଦ କୁମାର ଜେନା ପ୍ରମୁଖ ଯୋଗ ଦେଇଛନ୍ତି ।
Download Argus News App
