ଆଉ ଏଥିପାଇଁ ନକେଦମ୍ ହେଲେଣି ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ବନବିଭାଗର ପୁରା ଟିମ୍। ଖାଦ୍ୟ ପାଇଁ ଜଙ୍ଗଲ ଭିତରେ ଦେଇଥିବା ମଇଁଷି ଥୋପ ବି କାମ ଦେଲାନି। ବର୍ତ୍ତମାନ ସୁଦ୍ଧା ବିଭାଗର ସବୁ ପ୍ରୟାସ ଫେଲ ମାରିଚାଲିଥିବା ବେଳେ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେ ନେଇ ଚିନ୍ତାରେ ବିଭାଗ। ଦିନ ବଢିବା ସଙ୍ଗେ ସଙ୍ଗେ ବିଭିନ୍ନ ସମସ୍ୟା ସହିତ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ମଧ୍ୟ ବଢୁଥିବାର ଖବର ରହିଛି । ଯାହା ମଣିଷ ଓ ବାଘୁଣୀ ଉଭୟଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।
ବାଘୁଣୀ ଭୟରେ ସ୍ଥାନୀୟ ଅଞ୍ଚଳରେ ଗତ ଦୁଇଦିନ ଧରି ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଥିବା ଜଣାପଡିଛି। ତେଣୁ ବର୍ତ୍ତମାନ ସମୟରେ ଉକ୍ତ ସ୍ଥାନରୁ ଯଥାଶିଘ୍ର ଵଘୁଣୀକୁ ଉଦ୍ଧାର କରିବା ନିତ୍ୟାନ୍ତ ଆବଶ୍ୟକ ହୋଇପଡିଥିବା ବେଳେ ଓଡିଶାରୁ ଯାଇଥିବା ବନବିଭାଗର ସ୍ବତନ୍ତ୍ର ଟିମ୍ ମଧ୍ୟ ଜିନ୍ନତ୍ କୁ ଶିମିଳିପାଳ ଫେରାଇ ଆଣିବା ପାଇଁ ଦିନରାତି ଲାଗି ରହିଛନ୍ତି ।