ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଖୁବ୍ ଶୀଘ୍ର ‘ବନ୍ଦେ ମେଟ୍ରୋ’ ଚଳାଚଳ କରିବ। ଏହା ପୁରୀ- ଭୁବନେଶ୍ୱର-କଟକରେ ଚଳାଚଳ କରିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏନେଇ ପୁରୀ ରେଳ ଷ୍ଟେସନରେ ଅନୁଷ୍ଠିତ ଆୟୋଜିତ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଉଦଘାଟନୀ ଉତ୍ସବରେ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ଆହୁରି କହିଛନ୍ତି, ଓଡ଼ିଶାକୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ମିଳିବ।
ଅଧିକ ପଢ଼ନ୍ତୁ: ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ
ଏହା ପୁରୀରୁ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡ଼ା ଦେଇ ରାଉରକେଲା ଯାଏ ଚାଲିବ। ଏହାଫଳରେ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ। ସ୍ଲିପର୍ ବନ୍ଦେ ଭାରତ ଏକ୍ସପ୍ରେସ୍ ବି ଚାଲିବ। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ଏହି କାରଣରୁ ସେ ଓଡ଼ିଶାକୁ ଅଧିକ ଅର୍ଥ ଦେଉଛନ୍ତି।