ଏହି ଘଟଣା ପ୍ରମାଣିତ କରୁଛି ଯେ ପାଶ୍ଟାତ୍ୟ ପର୍ବ ଭାରତରେ ଆସିବା ପରେ ପାଶ୍ଚାତ୍ୟ ସଂସ୍କୃତି ଭାରତୀୟ ସଂସ୍କୃତି ଆଗରେ ମୁଣ୍ଡ ନୁଆଁଇଛି । କୌଣସି ପାଶ୍ଚାତ୍ୟ ପର୍ବ ଯଦି ଭାରତରେ କୌଣସି କାରଣରୁ ପ୍ରବେଶ କରେ ତେବେ ତାହା ସେହି ଭଳି ଭାବେ ପାଳିତ ନ ହୋଇ ଭାରତୀୟ ପରମ୍ପରା ଓ ସଂସ୍କୃତି ଆଧାରରେ ପାଳିତ ହୋଇଥାଏ । ଇଂରାଜୀ ନବ ବର୍ଷର ଭାରତୀୟକରଣ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ ।
ଅତୀତର ପୃଷ୍ଠାକୁ ଯଦି ଆମେ ଓଲଟାଇବା ତେବେ ଦେଖିବା ଯେ ଶକ, ହୁଣ ପରି ଜାତି, ଯେଉଁ ମାନେ ବିଦେଶରୁ ଆସିଥିଲେ ସେମାନେ ଭାରତର ମୁଖ୍ୟସ୍ରୋତରେ ଲୀନ ହୋଇଯାଇଛି । ଆଜି ସେମାନଙ୍କର ଚିହ୍ନ ବର୍ଣ ନାହିଁ । ଆଜି ଯଦି ଆମେ ତାଙ୍କୁ ଖୋଜିବା ତେବେ ତାଙ୍କୁ ପାଇବା ନାହିଁ । ଏହା ଭାରତୀୟତାର ବିଶେଷତ୍ୱ । ଭାରତୀୟତା ହେଉଛି ସର୍ବ ସମାବେଶୀ । ସମସ୍ତଙ୍କୁ ସାମିଲ କରିବାର କ୍ଷମତା ଭାରତୀୟତା ନିକଟରେ ରହିଛି । ଏହା ହିଁ ହେଉଛି ଭାରତୀୟତାର ମହାନତା ।