ଅର୍ଗସ ବ୍ୟୁରୋ: ଜାପାନରୁ ଫେରିଲେ ୧୧୯ ଅଟକ ଭାରତୀୟ । କୋରୋନା ଭାଇରସ ସଂକ୍ରମଣ ସନ୍ଦେହରେ ଅଟକ ଥିଲେ । ପ୍ରିନ୍ସ ଡାଇମଣ୍ଡ ଜାହାଜରେ ଦୁଇ ସପ୍ତାହ ହେଲା ଫସି ରହିଥିଲେ ।
ଜାପାନୀ କ୍ରୁଜ୍ ଜାହାଜ ‘ଡାଇମଣ୍ଡ ପ୍ରିନ୍ସେସ’ରୁ ୧୧୯ ଜଣ ଭାରତୀୟ ଓ ୫ ଜଣ ବିଦେଶୀ ନାଗରିକଙ୍କୁ ନେଇ ଏୟାର୍ ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଗୁରୁବାର ପ୍ରତ୍ୟୁଷରେ ଦିଲ୍ଲୀରେ ପହଞ୍ଚିଛି । ଏହି ଜାହାଜରେ କେତେକ ଯାତ୍ରୀ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ । ଏକଥା ଜଣାପଡ଼ିବା ପରେ ଜାହାଜଟିକୁ ପୃଥକ ରଖାଯାଇଥିଲା। ଏହି ଲୋକମାନଙ୍କୁ ସ୍ଥାନାନ୍ତରଣ କରିବାକୁ ସୁବିଧା ଯୋଗାଇ ଦେଇଥିବାରୁ ଭାରତ ଜାପାନୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛି।
ଅର୍ଗସ ବ୍ୟୁରୋ: ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ଘଟଣାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ରିପୋର୍ଟ ରେ ପାଣି ରେ ବୁଡି ଆତ୍ମହତ୍ୟା କରିଥିବା କହିଲା ପୋଲିସ। ସେପଟେ ପରିବାର ଲୋକ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି।
ଗତ 16 ତାରିଖରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ରାଜଗାଙ୍ଗପୁର ବ୍ଲକ୍ ରାମବାହାଲ ଘରକୁ ଫେରି ନ ଥିବାରୁ 17 ତାରିଖ ଦିନ ପରିବାର ପକ୍ଷରୁ ଉଦିତନଗର ଥାନାରେ ଦିଆଯାଇଥିଲା ମିସିଂ ରିପୋର୍ଟ। ସେଇଦିନ ସନ୍ଧ୍ୟାରେ ସୁସ୍ମିତା ଏକ ହୋଟେଲ ରେ ଥିବା ନେଇ ପରିବାର ଲୋକଙ୍କୁ ଜଣାଇ ଥିଲା ପୋଲିସ। ପରିବାର ଲୋକେ ରାଜଗାଙ୍ଗପୁରରୁ ଆସି ପୋଲିସ ସହିତ ହୋଟେଲ ଯାଇ ସୁସ୍ମିତା ଙ୍କୁ ବୁଝାଶୁଝା କରିଥିଲେ । ଘରକୁ ଯିବା ପାଇଁ କହିଥିଲେ ପରିବାର ଲୋକେ ସୁସ୍ମିତା ମିଟିଂ ଥିବାନେଇ କହି ହୋଟେଲ ରହିଥିଲେ। 18 ତାରିଖ ସନ୍ଧ୍ୟାରେ ଟ୍ରାଫିକ୍ ଗେଟ୍ ନିକଟରେ ଥିବା ସେନସରି ପାର୍କ ପୋଖରୀରୁ ମୃତଦେହ ଜବତ କରିଥିଲା ପ୍ଲାଣ୍ଟ ସାଇଡ ପୋଲିସ। 19 ତାରିଖ ଦିନ ପରିବାର ଲୋକଙ୍କୁ ଖବର ଦେବାରୁ ସେ ଶବକୁ ଚିହ୍ନଟ କରିବା ପରେ ଜଣାପଡ଼ିଥିଲା କି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କର ବୋଲି। କିନ୍ତୁ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଏହା ଏକ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି। ଗତ 20 ତାରିଖ ଦିନ ପରିବାର ଲୋକେ ସୁନ୍ଦରଗଡ଼ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର, ଗୁରୁଣ୍ଡିଆ ବିଡିଓ ବି ଲାକ୍ରା, ସିଡିପିଓ ଲାକ୍ରା ମାଡାମ ଓ ତାଙ୍କୁ ଜଗିରହିଥିବା ଏସ୍ଆଇ ଲଗୁନ୍ ମାଡାମଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ l ସେପଟେ 20 ତାରିଖରୁ ଅଭିଯୋଗ ହୋଇଥିଲେ ହେଁ ଏବେ ଯାଏଁ ଏଫ୍ଆଇର ରେଜିଷ୍ଟର ନ ହେବା ଏକ ପ୍ରକାର ସନ୍ଦେହ ସ୍ରୁଷ୍ଟି କରୁଛି। ଏଫ୍ଆଇର ଗ୍ରହଣ କରିବେ ନାହିଁ ବୋଲି ପ୍ଲାଣ୍ଟ ସାଇଡ ଆଇଆଇସି ଜ୍ୟୋତି ରଞ୍ଜନ ପତି ସିଧା ସଳଖ ମନା କରିଥିବା ସୁସ୍ମିତା ଙ୍କ ଭାଇ ସନ୍ଦୀପ ଅଭିଯୋଗ କରିଛନ୍ତି।
ଏପଟେ ପୋଲିସ ପିଏମ ରିପୋର୍ଟରେ ପାଣିରେ ବୁଡି ଆତ୍ମହତ୍ୟା କରିଥିବା ନେଇ କହିଥିବା ବେଳେ କେଉଁ କାରଣରୁ ଆତ୍ମହତ୍ୟା କରିଛି ତାହା ମଧ୍ୟ ସ୍ପଷ୍ଟ କରିନାହିଁ। ସେପଟେ ପରିବାର ଲୋକେ ଅଭିଯୋଗ କରିଥିଲେ କୌଣସି କାରଣରୁ ସୁସ୍ମିତା ଡିପ୍ରେସନରେ ଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ କିପରି ଜାଣିଲେ ? ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କ କୌଣସି ଗୁପ୍ତ କଥା ଜାଣି ଥିଲେ କି ସୁସ୍ମିତା? ସେପଟେ ଏତେ ଦିନ ଧରି କାହିଁକି ଲିଖିତ ଅଭିଯୋଗ ହୋଇଥିଲେ ହେଁ କାହିଁକି କରିନାହାନ୍ତି ଏଫ୍ଆଇର ରେଜିଷ୍ଟର। କଣ ଥାଇ ପାରେ କାରଣ ? ଏପଟେ ଜିଲ୍ଲା ପ୍ରଶାସନ କିମ୍ବା ରାଉରକେଲା ଏସ୍ପି ମିତ୍ରଭାନୁ ମହାପାତ୍ର କାହିଁକି ମୁହଁ ଖୋଲୁ ନାହାଁନ୍ତି। ପରିବାର ଲୋକେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଆମ ପ୍ରତିନିଧିଙ୍କ ହାତରେ ଲାଗିଛି ସିସିଟିଭି ଫୁଟେଜର ଚିତ୍ର। ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ହୋଟେଲରୁ ବାହାରୁ ଥିବାର ଫୁଟେଜ ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ବ୍ରିଟେନରେ ଲାଗିବ ସିଗାରେଟ କିଣା ଉପରେ କଟକଣା। ସିଗାରେଟ ମୁକ୍ତ ହେବ ବ୍ରିଟେନ! ଯୋଜନା କରୁଛନ୍ତି ଋଷି ସୁନକ କିଶୋର ବୟସର ପିଲା ଯେପରି ସିଗାରେଟ ନିଶାରେ କବଳିତ ହେବେ ନାହିଁ, ସେ ଉପରେ ଚିନ୍ତା କରୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରକାର ।
ବ୍ରିଟେନ୍ ସରକାରୀ ତଥ୍ୟ ଅନୁଶାରେ ପ୍ରକାଶ ପାଇଥିବା ରିପୋର୍ଟରେ ମନ୍ତ୍ରୀ ସୁନକ ପରବର୍ତ୍ତୀ ପିଢ଼ି ଯେପରି ସିଗାରେଟ ବ୍ୟବହାର କରିପାରିବେ ନାହିଁ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି।
ଅଧିକ ପଢନ୍ତୁ ବିଦେଶ ଖବର
ଅର୍ଗସ ବ୍ୟୁରୋ: ବଲିଉଡରେ ଜଣକ ପରେ ଜଣଙ୍କର ମ୍ୟାରେଜ। ପ୍ରଥମେ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ବିବାହ କରିଥିଲେ। ଏମାନଙ୍କ ପରେ ସୁନୀଲ ସେଟ୍ଟୀଙ୍କ ଏକମାତ୍ର କନ୍ୟା ଆଥୀୟା ସେଟ୍ଟୀ ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରିଥିଲେ। ତେବେ ବଲିଉଡ ସେଲିବ୍ରିଟି ମାନେ ନିଜର ବିବାହକୁ ଏକଦମ ସିକ୍ରେଟଲି କରିବାକୁ ଚାହୁଁଛନ୍ତି। ଆଉ ସମସ୍ତଙ୍କର ପ୍ରାୟତଃ ପସନ୍ଦ ରହୁଛି ରାଜସ୍ଥାନର ଉଦୟପୁର ଏବଂ ଜୟପୁରରେ ଥିବା ସୁନ୍ଦର ସୁନ୍ଦର ପ୍ୟାଲେସରେ ନିଜର ମ୍ୟାରେଜ କରିବା।
ଆଜି ଆମେ କହୁଛୁ ମୋଷ୍ଟ ପପୁଲାର କପଲ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ କଥା। ରବିବାର ରାଜସ୍ଥାନ ଉଦୟପୁରରେ ହେବ ଚଳିତବର୍ଷର ବହୁ ଚର୍ଚ୍ଚିତ ବାହାଘର ।ଏହି ବିବାହରେ ରହିଛି ଅନେକ ଥିମ ଏବଂ ନିୟମ। କାହିଁକିନା ଫଟୋ କିମ୍ବା ଭିଡିଓ ବାହାରେ ଲିକ ନ ହେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ମ୍ୟାରେଜ ଫଙ୍କସନରେ ଯୋଗ ଦେଉଥିବା ଅତିଥିମାନଙ୍କ ମୋବାଇଲ ଫୋନ ଉଭୟ ପ୍ରବେଶ ଏବଂ ବାହାରକୁ ଯିବାବେଳେ ଯାଞ୍ଚ କରାଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ହୋଟେଲରେ ଏଣ୍ଟ୍ରି କରୁଥିବା ଲୋକଙ୍କ ମୋବାଇଲ କ୍ୟାମେରାରେ ଏକ ବ୍ଲ୍ୟୁ ଟେପ ଲଗାଯିବ। ବିବାହରେ କୌଣସି ଭିଡିଓ ଫଟୋଗ୍ରାଫି କରିପାରିବେ ନାହିଁ।
ରାଜନେତା ରାଘବ ଚଡ୍ଡାଙ୍କ ହାତ ଧରିବେ ଅଭିନେତ୍ରୀ ପରିଣୀତି ଚୋପ୍ରା । ଡେଷ୍ଟିନେସନ ୱେଡିଂ ପାଇଁ ରାଜସ୍ଥାନ ଉଦୟପୁରକୁ ବାଛିଛନ୍ତି ଦୁହେଁ। ଶୁକ୍ରବାରଠୁ ଏଠାରେ ବରକନ୍ୟାଙ୍କ ସମେତ ଅତିଥି ପହଞ୍ଚିଲେଣି । ଉଦୟପୁର ବିମାନବନ୍ଦରରେ ଯେତେବେଳେ ରାଘବ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଥିଲା । ପ୍ରାୟତଃ ନେତା ପୋଷାକ ପରିଧାନରେ ରାଘବଙ୍କୁ ଦେଖିବାକୁ ମିଳେ କିନ୍ତୁ ଆଜି କିଛି ଏଭଳି ଅନ୍ଦାଜରେ ସେ ନଜର ଆସିଥିଲେ । ଜିନ୍ସ ସହ କଳା ଟି-ସର୍ଟରେ ରାଘକଙ୍କ ଲୁକ ବେଶ ପସନ୍ଦ କରୁଛନ୍ତି ଫ୍ୟାନମାନେ। ପଛକୁ ପଛ ବିମାନବନ୍ଦରରେ ପହଞ୍ଚିଥିଲେ ପରୀଣୀତି । ଏଠାରେ ଉଭୟଙ୍କୁ ଜୋରଦାର ସ୍ୱାଗତ ମିଳିଥିଲା । ଦିଲ୍ଲୀରେ ଅନ୍ୟାନ୍ୟ କାମ ଶେଷ କରି ଉଦୟପୁରରେ ଉଭୟଙ୍କ ପରିବାର ଓ ହାତଗଣତି କିଛି ଅତିଥି ପହଞ୍ଚିଛନ୍ତି।
ଆଜିଠୁ ୩ଦିନ ଧରି ଚାଲିବ ବାହାଘର କାର୍ଯ୍ୟକ୍ରମ । ପରେ ଦିଲ୍ଲୀରେ ହେବ ଗ୍ରାଣ୍ଡ ରିସେପସନ ପାର୍ଟି । କିଛି ଦିନ ପୂର୍ବରୁ ରାଘବ ଓ ପରିଣୀତିଙ୍କ ପ୍ରେମ ସମ୍ପର୍କ କଥା ସାମ୍ନାକୁ ଆସିଥିଲା । ଏହା ପରେ ଉଭୟ ୩ମାସ ପୂର୍ବରୁ ନିର୍ବନ୍ଧ କରି ନିଜ ସମ୍ପର୍କକୁ ସ୍ବୀକୃତି ଦେଇଥିଲେ । ଆଉ ଏବେ ବିବାହ କରି ସାତଜନ୍ମ ପାଇଁ ସାଥୀ ପାଲଟିବେ ରାଘବ ଓ ପରିଣୀତି।
ଆହୁରି ପଢ଼ନ୍ତୁ ମନୋରଞ୍ଜନ ଖବର...