ଧାରଣାକୁ 24 ଘଣ୍ଟା ପୁରି ଯାଇଥିଲେ ସୁଦ୍ଧା ଜିଲ୍ଲାପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଅଧିକାରୀ ଆଲୋଚନା କରିବା ପାଇଁ ଆସି ନାହାଁନ୍ତି । 200 ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବାରମ୍ବାର ଅଭିଯୋଗ ସତ୍ତ୍ୱେ ମିଳି ପାରୁନି ଜାତିଗତ ପ୍ରମାଣ ପତ୍ର । ଗତ ପଞ୍ଚାୟତ ନିର୍ବାଚନରେ ଏହି ଆଦିବାସୀ ସଂପ୍ରଦାୟର ଲୋକମାନେ ଭୋଟ ବର୍ଜନ ମଧ୍ୟ କରିଛନ୍ତି । ଜାତିଗତ ପ୍ରମାଣପତ୍ର ନମିଳିବାରୁ ପିଲାମାନେ ପାଠ ପଢିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତିଗତ ପ୍ରମାଣପତ୍ର ନମିଳେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆଦିବାସୀ ଦଳିତ ପରିବାର ଲୋକମାନେ ଚେତାବନୀ ଦେଇଛନ୍ତି ।