ବୈଜ୍ଞାନିକ ଯୁଗରେ ଆଜି ବି ବଞ୍ଚି ରହିଛି ବୈଦିକ ରୀତିନୀତି !
ଦେଶୀ ମଦ ଜବତ, ଜଣେ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା କୁହୁଡି ଫାଣ୍ଡି ମାନସିଂହ ପୁର ଗ୍ରାମ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ବେଆଇନ ଚୋରା ଦେଶୀମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି କୁହୁଡି ଫାଣ୍ଡି ପୋଲିସ ଅଧିକାରୀ ଚଢ଼ାଉ କରି ୭ ଲିଟର ଚୋରା ଦେଶୀ ମଦ ଜବତ କରିଛି । ସାରା ରାଜ୍ୟ ଓ ଦେଶରେ ମହାମାରୀ କରୋନାକୁ ନେଇ ସବୁଆଡେ ତାଲା ବନ୍ଦ ଥିବା ବେଳେ କେତେକ ଦେଶୀ ମଦ ଚୋରା ବେପାରୀ ସକ୍ରିୟ ହୋଇ ଉଠିଛନ୍ତି।
ବିଶେଷ ସୂତ୍ରରୁ ଖବର ପାଇ କୁହୁଡି ଫାଣ୍ଡି ଅଧିକାରୀ ୫ ଜଣିଆ ଟିମ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ମାନସିଂହ ପୁର ପଞ୍ଚାୟତର ଅଭୟ ବେହେରାଙ୍କ ଘରୁ ପୋଲିସ ୭ ଲିଟର ଚୋରାଦେଶୀ ମଦ ଜବତ କରିଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Download Argus News App
