ପାରା ମେଡିକାଲ କର୍ମଚାରୀଙ୍କ ସହ ପ୍ରତାରଣା କରୁଛନ୍ତି ରାଜ୍ୟ ସରକାର
ବାଲେଶ୍ୱର: ଆଦିବାସୀ ଛାତ୍ରଙ୍କ ହଷ୍ଟେଲ ଟଙ୍କା ହଡ଼ପ ଅଭିଯୋଗ । ନୀଳଗିରି ବ୍ଲକ ଉଦୟ ନାରାୟଣ ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ପ୍ରତିବାଦରେ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖାଯାଇଛି।
ନୀଳଗିରି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବଳୟରେ ଗିରଫ ପୁର୍ବତନ ପ୍ରଧାନ ଶିକ୍ଷକ ସୁରେଶ କୁମାର ଦାସ ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ସ୍କୁଲ ଯାଇ ପାସବୁକ ସମେତ ଜରୁରୀ କାଗଜ ପତ୍ର ସିଜ କରିଛନ୍ତି।