ଏଥିରେ ଭାରତ, ଇଣ୍ଡୋନେସିଆ, ଆମେରିକା, ଚାଇନା, ଥାଇଲାଣ୍ଡ, ମାଲେସିୟା ଇତ୍ୟାାଦି ଅନେକ ଦେଶର ପ୍ରତିଯୋଗୀମାନେ ଭାଗ ନେଇଥିଲେ। ଏହି ବିଶ୍ବ ନୃତ୍ୟ ଦିବସରେ ଆମ ଓଡିଶାର ଗର୍ବ ଗୌରବ ଓ ବିଶ୍ବ ପ୍ରସିଦ୍ଧ ଓଡିଶା ନୃତ୍ୟକୁ ଜାକର୍ତ୍ତାରେ ପ୍ରବାସୀ ଓଡିଆ ଝିଅ ରନଭି ରୟ ପରିବେଶଣ କରିଥିଲେ ।
ରନଭିଙ୍କ ଓଡିଶୀ ନୃତ୍ୟ ଦେଶ ବିଦେଶରୁ ଯୋଗ ଦେଇଥିବା ଦର୍ଶକ ମାନଙ୍କୁ ଖୁବ ପ୍ରଭାବିତ କରିଥିଲା । ଏହି କାର୍ଯ୍ୟକ୍ରମରେ ୩ ହଜାରରୁ ଅଧିକ ଦର୍ଶକ ଯୋଗ ଦେଇଥିଲେ । ମାତ୍ର ୧୪ ବର୍ଷ ବୟସରେ ଓଡିଶାର କଳା ଓ ସଂସ୍କୃତିକୁ ନୃତ୍ୟ ମାଧ୍ୟମରେ ନିଖୁଣ ଭାବେ ପ୍ରଦର୍ଶନ କରିଥିଲେ ରନଭି ।