ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ । ପରିସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ । ତରବରିଆ ନିଷ୍ପତ୍ତି ନେଲେ ବିପଦ ସୃଷ୍ଟି ହେବ ବୋଲି ସେ କହିଛନ୍ତି । ଯଦି କେଉଁଠି ସଂକ୍ରମଣ ବଢୁଛି ତେବେ ଏହା ତୃତୀୟ ଲହର ଲକ୍ଷଣ ବୋଲି ଧରାଯିବ । କାରଣ ପ୍ରତି ପାଣ୍ଡେମିକରେ ଏମିତି ଦେଖାଯାଇଛି ବୋଲି କହିଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି ।
ରାଜଧାନୀରେ ଯାତାୟାତ ଅଧିକ ହେଉଛି ସେଥିପାଇଁ ସଂକ୍ରମଣ ବଢ଼ୁଛି: ସିବିକେ ମହାନ୍ତି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ନେଇ ଡ଼ିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା। ରାଜ୍ୟରେ ସଂକ୍ରମଣ ତଳ ଉପର ହେଉଛି । ଯେଉଁଠି ଅଧିକ ରହୁଛି ସେଠି ଆମେ ଅଧିକ ଫୋକସ୍ ଦେଇ କମେଇବାକୁ ଚେଷ୍ଟା କରୁଛୁ । ଭୁବନେଶ୍ବରରେ ଲୋକମାନଙ୍କ ଯାତାୟାତ ଅଧିକ ରହୁଥିବାରୁ ଏଠି ସଂକ୍ରମଣ ଅଧିକ ରହୁଛି । ତେଣୁ ଭୁବନେଶ୍ବରରେ ସର୍ଭିଲାନ୍ସ ବଢ଼ାଯାଇଛି ।
Download Argus News App
