ରାଇମୋହନଙ୍କ ପୋଷ୍ଟମୋଟମ ରିପୋର୍ଟ ଆସିବା ପରେ ପ୍ରତିକ୍ରିୟା ରଖିଲେ କ୍ୟାପିଟାଲ୍ ଡାକ୍ତରଖାନା ନିର୍ଦ୍ଦେଶକ
ସ୍ୱାସ୍ଥ୍ୟବ୍ୟବସ୍ଥାର ବିକଳ ଚିତ୍ର

ଯାଜପୁର: ସ୍ୱାସ୍ଥ୍ୟବ୍ୟବସ୍ଥାର ବିକଳ ଚିତ୍ର । ମୋବାଇଲ ଲାଇଟରେ ରୋଗୀଙ୍କୁ ଦିଆଯାଉଛି ଇଞ୍ଜେକ୍ସନ । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି କି ସିକ୍ୟୁରିଟି ଗାର୍ଡ ରୋଗୀଙ୍କୁ ଇଞ୍ଜେକ୍ସନ ସମ୍ପର୍କରେ ବୁଝାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଚିକିତ୍ସାଳୟରେ ଯାଜପୁର ସମେତ, ଭଦ୍ରକ, କେନ୍ଦ୍ରାପଡା ଭଳି ପଡୋଶୀ ରାଜ୍ୟରୁ ଚିକିତ୍ସା ପାଇଁ ଦୈନିକ ରୋଗୀ ଆସିଥାନ୍ତି । ଏବେ ମେଡିକାଲର ଏଭଳି ଅବ୍ୟବସ୍ଥା ନେଇ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି ।
OUAT ରେ ହାତୀ କଙ୍କାଳର ଚାଲିଛି ଫରେନସିକ୍ ଟେଷ୍ଟ
କଟକ: ଓୟୁଏଟିକୁ ଆସିଥିବା 3 ହାତୀ କଙ୍କାଳର ଚାଲିଛି ଫରେନସିକ ଟେଷ୍ଟ । 15 ଦିନ ହେଲା ଚାଲିଛି ପରୀକ୍ଷା । ପରୀକ୍ଷାରୁ ହାତୀର ଲିଙ୍ଗ, ବୟସ ଓ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ହାତୀର ଶବ ଗଳିତ ହୋଇଥିବାରୁ ସବୁକିଛି ନିରୂପଣ ପାଇଁ ଲାଗୁଛି ସମୟ । ଆଉ 7 ଦିନ ଭିତରେ ଆସିବ ପୂର୍ଣ୍ଣାଙ୍ଗ ରିପୋର୍ଟ । ଗତକାଲି ଆଠଗଡ଼ ବନଖଣ୍ଡରୁ ଉଦ୍ଧାର ହୋଇଥିବା ହାତୀ କଙ୍କାଳର ନମୁନ
Download Argus News App
