ରାଜ୍ୟବ୍ୟାପୀ ଜନ ଅସନ୍ତୋଷ। ଏବେ ନିଜ ଅପରାଗତା ଘୋଡ଼ାଇବାକୁ ବିଜେଡିର ବିରୋଧୀଙ୍କୁ ବିରୋଧ ଅଭିଯାନ କି। ନବୀନଙ୍କ ଆକ୍ଷେପର ବାଜାବ ରଖିଛନ୍ତି ବିରୋଧୀ ଦଳ ନେତା। ଜୟ ନାରାୟଣ କହିଛନ୍ତି ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠୁ ଜନବିରୋଧୀ। ଗତ 23 ବର୍ଷରେ ଓଡ଼ିଶାକୁ ଏକ ପଛୁଆ ରାଜ୍ୟର ପରିଚୟ ଦେଇଛନ୍ତି ନବୀନ ସରକାର। କଂଗ୍ରେସ ବିଧାୟକ ଦଳ ନେତା ବି କରିଛନ୍ତି ନବୀନଙ୍କୁ କାଉଣ୍ଟର।ବିଜେଡିର ଜନସଂପର୍କ ଅଭିଯାନର ଶୁଭାରମ୍ଭ ଅବସରେ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ନେତା। ଜବାବରେ ବିଜେପି କହିଛି ଏହା ଜନ ସମ୍ପର୍କ ନୁହେଁ ଜନ ପ୍ରତାରଣା ଅଭିଯାନ।
ସେପଟେ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୋସିଆଲ ମିଡିଆରେ ନବୀନଙ୍କୁ କରିଛନ୍ତି କାଉଣ୍ଟର। ସମୀର ଲେଖିଛନ୍ତି ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଆପଣଙ୍କ ଦଳ ପ୍ରତି ଆସ୍ଥା କମୁଥିବା ଦର୍ଶାଉଛି । ଆପଣଙ୍କ ଅହଙ୍କାର ଚରମ ସୀମାରେ । ଆପଣ ଓ ଆପଣଙ୍କ ସରକାର ମଠ ମନ୍ଦିର ବିରୋଧୀ । ସୌନ୍ଦର୍ଯ୍ୟୀକରଣ ନାଁରେ ଆପଣ ହଜାର ହଜାର ବର୍ଷ ତଳର ମଠ, ମନ୍ଦିରକୁ ଭାଙ୍ଗି କେବଳ ଟାଇଲ ଓ ଗଛ ଲଗାଉଛନ୍ତି । ତାହାକୁ କହିବା କଣ ଭୁଲ ? ସମୀର ପ୍ରଶ୍ନ କରିଛନ୍ତି ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଆପଣ ଲାଗୁ କରୁ ନାହାନ୍ତି କାହିଁକି ? ରାଜ୍ୟ ବାହାରେ ଓଡ଼ିଆ ଲୋକମାନେ କେତେ ଅସୁବିଧା ହେଉଛନ୍ତି, ସେ ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି କି ? ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କିଭଳି ଓ କେଉଁ ଢଙ୍ଗରେ କାର୍ଯ୍ୟକାରୀ ହେଉଛି, ଆପଣଙ୍କ ପାଖରେ ଖବର ଅଛି ତ ? ଲୋକଙ୍କ ସେବା ପରିବର୍ତ୍ତେ ଆପଣ ଲୋକଙ୍କୁ ଭ୍ରମିତ କରି ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି।
ଅଧିକ ପଢ଼ନ୍ତୁ ରାଜନୀତି ଖବର: