ଅଧିକ ପଢନ୍ତୁ : ଅଙ୍ଗନବାଡି କର୍ମୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ
ବେକରେ ଫୁଳମାଳ ଓ ବିଜେଡି ଉତ୍ତରୀୟ ମଧ୍ୟ ପିନ୍ଧିଛନ୍ତି। ଯାଜ୍ଞସେନି କୁମ୍ଭାର ଲୋଇସିଂହା ବ୍ଲକ ଅଙ୍ଗନବାଡି ସଂଘର ସଭାପତି ମଧ୍ୟ ଅଛନ୍ତି। ଆଜି ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ସିଂଦେଓଙ୍କ ରାଜ ପେଲେସରେ ମିଶ୍ରଣ ପର୍ବ ଆୟୋଜନ କରିଥିଲେ। ଲୋଇସିଂହାର କଂଗ୍ରେସ ନେତା ନବକିଶୋର ନାୟକଙ୍କ ଦୁଇସହ ସମର୍ଥକ ବିଜେଡିରେ ମିଶିଥିଲେ। ସେହିପରି ପାଟଣାଗଡ,କଣ୍ଟାବାଞ୍ଜିର ମଧ୍ୟ ଅନ୍ୟ ଦଳର କର୍ମୀ ବିଜେଡିରେ ମିଶିଥିଲେ। କିନ୍ତୁ ଜଣେ ଅଙ୍ଗନବାଡି କର୍ମୀ ବିଜେଡିରେ ମିଶିବା ନେଇ ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।