କିଏ ଏହି ନରେନ୍ଦ୍ର ସାହୁ ? ଯିଏ ଏ ଚାଷୀଙ୍କ ଫସଲ ବୀମା ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ବିରିପାଲି ବାସିନ୍ଦା। ଆଉ ଏ ଯେଉଁ ମମତା ସାହୁଙ୍କ ନାଁରେ ଏକଧିକ ଜମିର ଫସଲବୀମା କରାଯାଇଛି ସେ ଆଉ କେହି ନୁହନ୍ତି ଚାଷୀଙ୍କ ବୀମା ଟଙ୍କା ଲୁଟିଥିବା ବିଜେଡି ନେତା ନରେନ୍ଦ୍ର ସାହୁଙ୍କ ପତ୍ନୀ। ବର୍ଷେ କି ଦୁଇ ବର୍ଷ ନୁହେଁ 2013 ମସିହାରୁ ଏହିପରି ଭାବେ ନରେନ୍ଦ୍ର ସାହୁ ଚାଷୀଙ୍କର କୋଟି କୋଟି ଟଙ୍କାର ଫସଲ ବୀମା ହଡପ କରିଚାଲିଛି। ଗୋଟିଏ ବର୍ଷରେ 17 କୋଟି ଟଙ୍କା ଲୁଟ୍ କରିଥିବା ନିଜେ ନରେନ୍ଦ୍ର ସାହୁ ଗ୍ରାମାବାସୀଙ୍କୁ କହିଛି ।
ଏ ନେଇ ବାରମ୍ବାର ପୋଲିସଠୁ ଜିଲ୍ଲାପାଳଙ୍କ ଯାଏ ଅଭିଯୋଗ କରିଆସୁଛନ୍ତି ବିରିପାଲି ଗାଁ ଲୋକେ । କିନ୍ତୁ ପୋଲିସ ନରେନ୍ଦ୍ରକୁ ବାନ୍ଧିବ କଣ ଓଲଟା ଗାଁ ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି ।