ଛାତ୍ରଛାତ୍ରୀମାନଙ୍କୁ ତିନୋଟି ବିଭାଗରେ ବିଭକ୍ତ କରାଯାଇଛି- ସବ ଜୁନିୟର(ନର୍ସରୀ-ପଞ୍ଚମ), ଜୁନିୟର(ଷଷ୍ଠ-ଦଶମ) ଏବଂ ସିନିୟର(କଲେଜ ଏବଂ ବିଶ୍ୱବିଦ୍ୟାଳୟ) । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଚିତ୍ରାଙ୍କନ, ନାଚ, ଗୀତ, ତର୍କ ଫ୍ୟାସନ ଶୋ ସହିତ ନ୍ୟୁଜ ରିଡିଙ୍ଗ ଏବଂ ଆରଜେଇଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ପ୍ରତ୍ୟେକ କ୍ଷେତ୍ରରେ ଯୋଗ୍ୟ ବିବେଚିତ ପ୍ରଥମ ତିନି ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ।
ଭଞ୍ଜକଳା ମଣ୍ଡପରେ ହେବ ଆନ୍ତର୍ଜତୀୟ ରେଡିଓ ମେଳା

ଅର୍ଗସ ବ୍ୟୁରୋ: ଆସନ୍ତା ଫେବୃଆରୀ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ସାମାଜିକ ସଂଗଠନ ଆଉଟରିଚ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି ନବମ ଆନ୍ତର୍ଜାତୀୟ ରେଡିଓ ମେଳା । ଭଞ୍ଜକଳା ମଣ୍ଡପରେ ଏହି ମେଳା ଅନୁଷ୍ଠିତ ହେବ। ନୂଆ ପୁରୁଣା ରେଡିଓ ପ୍ରଦର୍ଶନୀ ସହିତ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ବଡ ମଞ୍ଚ ପ୍ରସ୍ତୁତ କରୁଛି ଆଉଟରିଚ । ଏହି ରେଡିଓ ମେଳା ଅବସରରେ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହେବ । ଏଥିପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।
Download Argus News App
