
ଭୁବନେଶ୍ୱର: ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଜନତା ମଇଦାନରେ ଆୟୋଜିତ ଯୋଗ ଶିବିରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ରାଷ୍ଟ୍ରୀୟ ବିଜେପି ଉପ-ସଭାପତି ବୈଜୟନ୍ତ ପଣ୍ଡା, ବିଜେପି ନେତା ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।ରାଜଧାନୀର କସ୍ତୁରବା ଶିକ୍ଷାଶ୍ରମ ପଡ଼ିଆରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି ।


ସେହିପରି, ଖୋର୍ଦ୍ଧା ଜଟଣୀ ନିକଟରେ ଥିବା ଆଇଆଇଟି ପରିସରରେ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଓ ଅଧ୍ୟାପକମାନେ ଆନ୍ତର୍ଜାତୀୟ ଯୋଗଦିବସ ପାଳନ କରିଛନ୍ତି । ସୁବର୍ଣ୍ଣପୁର ଟାଉନହଲ ଠାରେ ଯୋଗ ମହୋତ୍ସବ ପାଳିତ ହୋଇଯାଇଛି । ଯୋଗ ମହୋତ୍ସବ ସମିତି ଓଡିଶା ଦ୍ୱାରା ହୋଇଥିବା ଏହି ସମାରୋହରେ ଯୋଗ ଦ୍ୱାରା ମଣିଷ ମାନସିକ ଓ ଶାରିରୀକ ସ୍ତରରେ କିପରି ସୁସ୍ଥ ରହିବ ସେନେଇ ଅତିଥିମାନେ କହିଥିଲେ । ସେହିପରି ପତଞ୍ଜଳି ଯୋଗ ସମିତି ସୁବର୍ଣ୍ଣପୁର ପକ୍ଷରୁ ମଧ୍ୟ ରୟାଲ ପଡିଆଠାରେ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ସମାରୋହରେ ଛାତ୍ରଛାତ୍ରୀମାନଙ୍କ ସହ ଯୁବକ ଓ ବୁଦ୍ଧିଜିବୀମାନେ ସାମିଲ ହୋଇ ଯୋଗାସନ କରିଛନ୍ତି ।

କୁଚିଣ୍ଡା ସରସ୍ୱତୀ ବିଦ୍ୟାମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏଥିରେ ମୂଖ୍ୟ ଅଥିତି ପୂର୍ବତନ ବିଧାୟକ ରବିନାରାୟଣ ନାଏକ ଯୋଗଦାନ ଦେଇଥିଲେ । ସ୍କୁଲର ଶିକ୍ଷକ ବାସୁଦେବ ତାଣ୍ଡିଆ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ ।

ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୟୋଗ ଶିବିର ସକାଳ ୭ଟା ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଡ଼ଃ ମ।ଣିକେଶରୀ ଅତିଥି ଭାବେ ଯୋଗ କରିଥିଲେ ।

