ଓଡ଼ିଶାରେ ହାତୀଙ୍କ ସୁରକ୍ଷା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବେଗ
ସୂଚନାଯୋଗ୍ୟ ନୀଳଗିରି କୁଳଡିହା ଅଭୟାରଣ୍ୟ କଳମା ଚତୁରୀ ନିକଟରେ ଏକ ଦନ୍ତାହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ହାତୀକୁ ଗୁଳିବିଦ୍ଧ ହୋଇଥିବା ଅଭିଯୋଗ ଉଠିଛି । ଦାନ୍ତ ଦୁଇଟିକୁ ଶିକାରୀ କାଟି ନେଇଥିବା ଜଣାପଡ଼ିଛି । ଡିଏଫଓ ତଦନ୍ତ କରି ଫେରିଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ କରିବ ଭୁବନେଶ୍ୱର ସ୍ପେଶାଲ ଟାସ୍କ ଫୋର୍ସ ବୋଲି ଜଣାପଡ଼ିଛି । ଗଣମାଧ୍ୟମକୁ ଅଭୟାରଣ୍ୟ କଟକଣା ଜଣାଇ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଛି ।
ତେବେ ଯେଉଁ ବିଟ୍ ଅଧୀନରେ ବର୍ଷରେ ୫ ଟି ହାତୀ ମଲାଣି ସେହି ଫରେଷ୍ଟରକୁ ଶ୍ରେଷ୍ଠ ଅଧିକାରୀ ସମ୍ମାନ ଦେବା ଦୁର୍ଭାଗ୍ୟ ଜନକ ବୋଲି କୁହାଯାଇଛି । ଆଜି ବନବିଭାଗ ପଶୁ ଚିକିତ୍ସା ଅଧିକାରୀଙ୍କୁ ନେଇ ପୋଷ୍ଟ ମର୍ଟମ ପାଇଁ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଛନ୍ତି । ଘଟଣାକୁ ନେଇ ପରିବେଶ ବିତ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି।
ଆହୁରି ପଢନ୍ତୁ ଓଡିଶା ଖବର...