ଗତକାଲି ପାଟପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପୋଡାମାରି କଲେଜ ପଡିଆ ନିକଟରେ ଯୁବକ ମାନେ ମୋବାଇଲ ମଧ୍ୟମରେ ଆଇପିଏଲରେ ବେଟିଙ୍ଗ ମାରିଥିବା ଅଭିଯୋଗରେ ଚଢ଼ାଉ କରିଥିଲା ପୋଲିସ। ଏନେଇ ଏକ ଗଞ୍ଜାମ ଅତିରିକ୍ତ ଏସପି ପିକେ ଦଳେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଗଞ୍ଜାମ: ଗଞ୍ଜାମ ପାଟପୁର ପୋଲିସ ଦ୍ୱାରା ୬ ଜଣ ଆଇପିଏଲ ଜୁଆଡି ଗିରଫ। ସେମାନଙ୍କ ଠାରୁ ୬ଟି ମୋବାଇଲ ସହିତ ନଗଦ ଏକ ଲକ୍ଷ ପଇଁଚାଳିଶି ହଜାର ଜବତ କରିଛି ପୋଲିସ। ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।
ଗତକାଲି ପାଟପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପୋଡାମାରି କଲେଜ ପଡିଆ ନିକଟରେ ଯୁବକ ମାନେ ମୋବାଇଲ ମଧ୍ୟମରେ ଆଇପିଏଲରେ ବେଟିଙ୍ଗ ମାରିଥିବା ଅଭିଯୋଗରେ ଚଢ଼ାଉ କରିଥିଲା ପୋଲିସ। ଏନେଇ ଏକ ଗଞ୍ଜାମ ଅତିରିକ୍ତ ଏସପି ପିକେ ଦଳେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ : ନୂଆଦିଲ୍ଲୀ ତାଜ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର ସମିଟ୍ 2023 । ଆୟୋଜନ ପାଇଁ ଦିଲ୍ଲୀରେ ଏକ ରୋଡଶୋର ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ଅନେକ ପୁଞ୍ଜିପତି ଯୋଗ ଦେଇଛନ୍ତି। 5 କୋଟିରୁ 500 କୋଟି ର ପୁଞ୍ଜିନିବେଶ ପାଇଁ ଅନେକ ସୁଯୋଗ ଥିବା ଆୟୋଜକ କହିଛନ୍ତି। ଏହି ସମ୍ମିଟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ଛୋଟ ବଡ଼ ସବୁ କାର୍ଯ୍ୟ ପାଇଁ ଅର୍ଥର ଅଵଶ୍ୟକ ରହିଛି।
ଯେତେବେଳେ ମୁଁ ଦାୟିତ୍ଵ ନେଲି ଉତ୍ତରଖଣ୍ଡର ଖାସ କରି ଦୁର୍ଗମ ଅଞ୍ଚଳ ଲୋକମାନଙ୍କୁ ମୁଖ୍ୟଧାରାରେ ସାମିଲ କରିବା ମୋର ମୁଖ୍ୟ ଲକ୍ଷ୍ୟ ଥିଲା। ସେ ଆହୁରି କହିଛନ୍ତି, ନିଶ୍ଚିତ ଭାବେ ରାଜ୍ୟରେ ସରକାରୀ ଚାକିରୀର ବ୍ୟବସ୍ଥା କମ ରହିଛି। ବର୍ତ୍ତମାନ ଆମେ ଲୋକଙ୍କୁ ରୋଜଗାର ଏବଂ ସ୍ଵରୋଜଗାରରେ କିପରି ଅଧିକ ଅଧିକରୁ ନିୟୋଜିତ କରିବୁ ସେ ଦିଗରେ କାର୍ଯ୍ୟ କରୁଛୁ। ସେହି ଦିଗରେ ଉଦ୍ୟୋଗ ଏକ ପ୍ରମୁଖ ମାଧ୍ୟମ। ସେଥିପାଇଁ ମୁ ସମସ୍ତଙ୍କୁ ଆହ୍ଵାନ କରୁଛି। ଉଦ୍ୟୋଗ ଦ୍ଵାରା ରୋଜଗାର ବୃଦ୍ଧି ହେବ।
ଅଧିକ ପଢନ୍ତୁ ଭାରତ ଖବର
କେନ୍ଦ୍ରାପଡା : କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ। ଆତ୍ମହତ୍ୟା କରୁକରୁ ବଞ୍ଚିଗଲେ ବୃଦ୍ଧା. ଏପରି ଦୃଶ୍ୟ ଦେଖବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅର୍ନ୍ତଗତ ଲୁଣା ନଦୀ ନିକଟରେ. ଏଠାରେ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଅବସ୍ଥାରୁ ଉଦ୍ଧାର କରାଯାଇଛି. ସୂଚନା ମୁତାବକ ବୃଦ୍ଧା ଜଣକ ଲୁଣା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ.
ଅଧିକ ପଢନ୍ତୁ : କାରରୁ ପାଣିକୁ ଡେଇଁପଡିଲେ ମହିଳା
ଦୁଇକିଲୋମିଟର ଭାସିଯିବା ପରେ ମଧ୍ୟ ସେ ବୁଡି ଯାଇନଥିଲେ. ମାହାରା କୂଳରେ ଭାସିଭାସି ଲାଗିବା ପରେ ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଜୀବନ୍ତ ଅବସ୍ଥା ରେ ଉଦ୍ଧାର ହେଲେ . ହେଲେ ବୃଦ୍ଧାଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ. ସ୍ଥାନୀୟ ଲୋକମାନେ ୧୦୮ ଯୋଗେ କେନ୍ଦ୍ରାପଡ଼ା ମେଡିକାଲକୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଇଛନ୍ତି . ବୃଦ୍ଧା ଜଣଙ୍କ ସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇ ଥିଲେ ।
କଟକ: ବିବାହ ପଞ୍ଜିକରଣ ସାଇଟରେ ବିବାହ ପ୍ରସ୍ତାବ ଦେଇ ଠକେଇ। କଟକର ଜଣେ ଯୁବତୀଙ୍କ ସହ ବନ୍ଧୁତା କରି ସୁନା ଠକେଇ। ନିଜକୁ ଜଣେ ଆୟାକର ବିଭାଗ ଅଧିକରୀ ବୋଲି ପରିଚୟ ଦେଇ ଠକେଇ। ଦେଢ଼ ଲକ୍ଷ ଟଙ୍କାର ସୁନା ଠକି ନେଇଥିବା ଅଭିଯୋଗ। ଠକେଇ ଅଭିଯୋଗରେ କଟକର ଜଣେ ଯୁବକ ଗିରଫ।
ଗିରଫ ହେଲେ କଟକର ସୁଧାଂଶୁ ବେହେରା। ସୁଧାଂଶୁକୁ ଗିରଫ କଲା କଟକ କ୍ୟାଣ୍ଟନମେଣ୍ଟ ପୋଲିସ । ସୁଧାଂଶୁ ଏକାଧିକ ଯୁବତୀଙ୍କୁ ଏପରି ଠକି ଥିବା ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର