୧୯ ଏପ୍ରିଲରୁ ୧୬ ଜୁନ ଯାଏ ଘରକୁ ଯାଇ ଟାବଲେଟ୍ ବଣ୍ଟାଯିବ । ଶିକ୍ଷକମାନଙ୍କୁ ଟାବଲେଟ୍ ବାଣ୍ଟିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ପିଏମ ପୋଷଣ ଯୋଜନାର ରାଜ୍ୟ ନୋଡାଲ ଅଫିସର ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ ବା ଅମ୍ଳାନ କାର୍ଯ୍ୟକ୍ରମ ଜରିଆରେ ଆନେମିଆ ଦୂରୀକରଣ ଲକ୍ଷ୍ୟ ରଖାଯାଇଛି ।
ଛାତ୍ରଛାତ୍ରୀ ପିଛା ୮ଟି ଆଇଏଫଏ ଟାବଲେଟ୍ ଦିଆଯିବ । ପିଙ୍କ ଟାବଲେଟ୍ ପ୍ରଥମରୁ ପଞ୍ଚମ ଓ ବ୍ଲୁ ଟାବଲେଟ୍ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଅଭିଭାବକଙ୍କୁ ଟାବଲେଟ୍ ହସ୍ତାନ୍ତର ପୂର୍ବରୁ ଏହାର ମୋଡାଲିଟି ସଂପର୍କରେ ଅବଗତ କରାଯିବ । ପ୍ରତି ଛାତ୍ରଛାତ୍ରୀ ସୋମବାର ଗୋଟିଏ ଆଇଏଫଏ ଟାବଲେଟ୍ ଲଞ୍ଚ ବା ଡିନର ଖାଇବା ପରେ ଖାଇବେ । ଟାଣ ଖରା ଯୋଗୁଁ ଏସଆରସିଙ୍କ ଗାଇଡଲାଇନ ମାନି ସକାଳେ କି ସାନ୍ଧ୍ୟ ସମୟରେ ଏହି ଟବଲେଟ୍ ଘରକୁ ଯାଇ ବାଣ୍ଟିବେ ଶିକ୍ଷକ ।
ଆହୁରି ପଢନ୍ତୁ ଓଡିଶା ଖବର...