କେବଳ ଗଞ୍ଜାମ ନୁହେଁ ରାଜ୍ୟର ଏମିତି ଅନେକ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ପରିଣାମ ଭୋଗୁଛି ଚାଷୀ । ସେପଟେ ପାଣିପାଗ ବିଜ୍ଞାନୀଙ୍କ ମତରେ ଓଡ଼ିଶାରେ ଅଧା ମୌସୁମୀ ସରିଲାଣି । ଜୁନ୍ ୧ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶାରେ ସ୍ବାଭାବିକଠାରୁ ୮ ପ୍ରତିଶତ କମ୍ ବର୍ଷା ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସବୁଠାରୁ କମ୍ ୩୯ ପ୍ରତିଶଥ ବର୍ଷା ହୋଇଛି । ସେହିପରି ଭଦ୍ରକରେ ୨୩ %, ବାଲେଶ୍ବରରେ ୧୯ %, ମୟୂରଭଞ୍ଜରେ ୨୮ % ଓ ସମ୍ବଲପୁରରେ ୨୮ % କମ ନିଅଣ୍ଟିଆ ବର୍ଷା ହୋଇଛି । ଏଭଳି ସ୍ଥିତି ଆହୁରି ୪-୫ ଦିନ ଲାଗି ରହିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ। ଆଜି ବି ଚାଷୀମାନେ ବର୍ଷା ଉପରେ ନିର୍ଭର କରୁଥିବାରୁ ପ୍ରଭାବିତ ହେଉଛି ଚାଷ ।
2005-06 ରେ ସରକାର କହିଥିଲେ 5 ବର୍ଷ ଭିତରେ ସମସ୍ତ 314 ବ୍ଲକର 35 ପ୍ରତିଶତ ଜମିରେ ଜଳସେଚନ କରିବେ । ଦୀର୍ଘ ବର୍ଷ ପରେ ବି 69 ବ୍ଲକରେ ହୋଇ ପାରନି 35 ପ୍ରତିଶତ ଜଳଚେସନ । ସେହିପରି 10 ଟି ବୃହତ, 9 ଟି ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟ 20 ବର୍ଷରୁ ଉର୍ଧ ସମୟ ଧରି ଚାଲୁଥିଲେ ବି ଶେଷ ହେଉନାହିଁ । ଖାଲି ସେତିକି ନୁହେଁ 189 ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କେବେ ସରିବ ତାର ଉତ୍ତର ରାଜ୍ୟ ସରକାରଙ୍କ ପାଖରେ ବି ନାହିଁ । ଯାହାକୁ ସରକାର ଖୋଦ୍ ବିଧାନସଭାରେ ସ୍ବୀକାର କରିଛନ୍ତି । ସେହିପରି ସିଏଜି ରିପୋର୍ଟ କହୁଛି ୧୩ ବର୍ଷରୁ ୪୩ ବର୍ଷ ହେଲା ବିଭିନ୍ନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରୁନି । ଏପରିକି ଜଳ ସେଚନ ଲକ୍ଷ୍ୟର ମାତ୍ର ୨୪ ପ୍ରତିଶତ ରାଜ୍ୟ ସରକାର ପୂରଣ କରିପାରିଛନ୍ତି । ଏସବୁ ତଥ୍ୟ ରାଜ୍ୟ ସରକାରଙ୍କ ଜଳସେଚନକୁ ନେଇ ଥିବା ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପାଣିପାଗ ଖବର ଆହୁରି ପଢ଼ନ୍ତୁ ।