ଯେଉଁ ଡ୍ୟାମରେ ଉପର ମୁଣ୍ଡରେ ଥିବା ଦେଓ ନଦୀର ପାଣି ଆସିବ ଏବଂ ବେଲଗୁଡା ଠାରେ ହୋଇଥିବା ପ୍ରକଳ୍ପ ପାଖରେ ପାଣି ସ୍ଥଗିତ ରହିବ । ଏବଂ କେନାଲ ଦ୍ବାରା ତୁନପାର ପଞ୍ଚାୟତ ର ୧୨ ଗ୍ରାମର ଚାଷ ଜମିକୁ ଜଳ ସେଚନ କରାଯିବ । କିନ୍ତୁ ଡେମ ନିର୍ମାଣ ହୋଇକି ବର୍ଷବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଡେମର ପାଣି ଚାଷୀମାନେ ପାଇପାରିଲେ ନାହିଁ । ଯାହା ଫଳରେ ବର୍ତ୍ତମାନ ଏମାନଙ୍କ ଏକର ଏକର ଜମି ପଡିଆ ପଡ଼ିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
କୋରାପୁଟରେ ଫେଲ ମାରିଛି ଜଳସେଚନ ପ୍ରକଳ୍ପ

ଅର୍ଗସ ବ୍ୟୁରୋ : କୋରାପୁଟରେ ଫେଲ ମାରିଛି ଜଳସେଚନ ପ୍ରକଳ୍ପ । ଲୋକଙ୍କୁ ଘାରିଛି ଜଳ ସଙ୍କଟ । ଚେକ ଡ୍ୟାମ ନିର୍ମାଣର ୨୦ ବର୍ଷ ପରେବି ପଞ୍ଚାୟତବାସୀଙ୍କୁ ମିଳୁନି ପାଣି । ପଡ଼ିଆ ପଡ଼ିଛି ଚାଷ ଜମି । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ପ୍ରାୟ ୧୫ ଖଣ୍ଡ ଗ୍ରାମର ଚାଷ ଜମିକୁ ପାଣି ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବେଳଗୁଡା ଗ୍ରାମଠାରେ ଏକ ବିଶାଳ ଚେକ ଡେମ ର ନିର୍ମାଣ କରାଯାଇଥିଲା ।
ଚଳିତ ବର୍ଷ ବାତ୍ୟା ଆଶଙ୍କା ଅଧିକ: ପାଣିପାଗ ବିଭାଗ

ଅର୍ଗସ୍ ବ୍ୟୁରୋ : ଏ ବର୍ଷ ବାତ୍ୟା ଆଶଙ୍କା ଅଧିକ। ଏପରିକି ଚଳିତ ବର୍ଷ ଅଧିକ ବାତ୍ୟା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୨୦୨୦ରୁ ଆରମ୍ଭ ହୋଇଥିବା ଲା-ନିନୋର ପ୍ରଭାବ ଚଳିତ ବର୍ଷ ମଧ୍ୟ ଜାରି ରହିଛି । ଯାହାର ପ୍ରଭାବରେ ଚଳିତ ବର୍ଷ ବାତ୍ୟାର ଆଶଙ୍କା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଲା-ନିନୋ ଥଣ୍ତା ସାମୁଦ୍ରିକ ଜଳକୁ କୁହାଯାଏ
Download Argus News App
