ଅଧିକ ପଢ଼ନ୍ତୁ:କୋଟିଆକୁ ନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଓଡିଶା ସରକାର
ଭାୟା ଚର୍ଚ୍ଚ ଜରିଆରେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସଆର ଯେଉଁ ବୀଜ ବୁଣିଥିଲେ ତାହା ଆଜି ମହାଦ୍ରୁମରେ ପରିଣତ ହୋଇଛି। ଫେବୃଆରୀ 8, 2023।.ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବା ରାଜନ ପୁଣି କୋଟିଆର ଧୂଳିପଦରେ ଗ୍ରାମସଭା କରି କୋଟିଆବାସୀଙ୍କୁ ବାଣ୍ଟିଲେ ଆନ୍ଧ୍ର ଭତ୍ତା। ଅଗଷ୍ଟ 26, 2022 । ବିବାଦୀୟ କୋଟିଆରେ ଆନ୍ଧ୍ରର ରାସ୍ତା ନିର୍ମାଣ । ଫାଟୁସିନେରିରୁ କୋଡମ ଗାଁକୁ ରାସ୍ତା ।ସୀମାନ୍ତର ପ୍ରାୟ ୨୦ ଆଦିବାସୀ ଗାଁ ପାଇଁ ପକ୍କା ରାସ୍ତା ନିର୍ମାଣ କଲା ଆନ୍ଧ୍ର।କିଛି ଦିନ ପୂର୍ବରୁ ଓଡିଶା ସରକାର ଓ କୋରାପୁଟ ପ୍ରଶାସନକୁ ଖୋଲା ଚ୍ୟାଲଞ୍ଜ କରିଥିଲେ ଆନ୍ଧ୍ର ସରକାର।କୋଟିଆ ଉପରେ ଓଡ଼ିଶାର ଯେତିକି ଅଧିକାର ଅନ୍ଧ୍ରର ମଧ୍ୟ ସେତିକି ଅଧିକାର ଅଛି କହି ହାଟକୁ ଆସିଥିବା ଲୋକଙ୍କୁ ଡାକି ଏମିତି ଫଟୋ ସେସନ କରିଥିଲେ ଆନ୍ଧ୍ର ନେତା।
ଆହୁରି ପଢ଼ନ୍ତୁ: ନେରେଡିବାଲାସାରେ ପାଣି ଯୋଗାଣ ପ୍ରକଳ୍ପ ବନ୍ଦ କଲା ଆନ୍ଧ୍ର
ଆଉ ଏ ଚିତ୍ର ବି ଦେଖନ୍ତୁ ନେରିଡିୱାଲସାରେ ଲୋକଙ୍କୁ ବାଣ୍ଟିବାକୁ ବସ୍ତା ବସ୍ତା ଚାଉଳ ପହଁଞ୍ଚାଇଛି ଆନ୍ଧ୍ର ସରକାର।ଏ ଚାଉଳ ଲୋକଙ୍କ ପାଖରେ ପହଁଞ୍ଚାଇବାରେ ପ୍ରଶାସନ ବାଧା ସୃଷ୍ଟି କଲେ ସୁପ୍ରିମକୋର୍ଟ ଯିବେ ବୋଲି ବି ଧମକାଉଛନ୍ତି ଆନ୍ଧ୍ର ନେତା। କେବଳ ଏ ଗୋଟିଏ ଦୁଇଟି ଘଟଣା ନୁହେଁ ଏହା ପୂର୍ବରୁ ବି ତଳଗଞ୍ଜେଇ ପଦରରେ ସ୍ବାସ୍ଥ୍ୟ ଶିବିର କରୁଥିବା ବେଳେ ପଟାଙ୍ଗି ବିଡିଓ ପହଁଞ୍ଚି ଏହାର ପ୍ରତିବାଦ କରିଥିଲେ ।ଏତେସବୁ ପରେ ବି ଓଡ଼ିଶା ସରକାରଙ୍କ ନିରବତାର ସୁଯୋଗ ନେଉଛି ଆନ୍ଧ୍ର। କେତେବେଳେ ଧମକଚମକ ତ ଆଉ କେତେବେଳେ ଓଡ଼ିଶା ସୀମାନ୍ତବର୍ତ୍ତୀ ଲୋକଙ୍କୁ ପ୍ରଲୋଭନ ଦେଖାଇ ଓଡ଼ିଶା ମାଟିରେ ହକ୍ ଜମେଇବାକୁ ଚାଲ୍ ଚଳାଇଛି ଆନ୍ଧ୍ର।ବଡ ପ୍ରଶ୍ନ, ଆନ୍ଧ୍ରକୁ କୋଟିଆ ଟେକି ଦେବାକୁ ମସୁଧା କରିନାହାଁନ୍ତି ତ ରାଜ୍ୟ ସରକାର ?