ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ନିଖୋଜ ଘଟଣାର ଯାଞ୍ଚ କରୁଥିଲେ ମୃତ ASI ଅଲିଶା। ଚର୍ଚ୍ଚା ହେଉଛି, ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁର ଖିଅ ପାଇଥିଲେ କି ଅଲିଶା ? ସେପଟେ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ପୋଖରୀ ପାଖରେ ସାଇଣ୍ଟିଫିକ୍ ଟିମ ଓ ଅଗ୍ନିଶମ ବିଭାଗ ପହଞ୍ଚି ପରିପାର୍ଶ୍ଵିକ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ମାମଲାର ସିବିଆଇ ଯାଞ୍ଚ ଦାବି କରିଛନ୍ତି ସୁସ୍ମିତାଙ୍କ ପରିବାର।
ରାଜ୍ୟ ସରକାରଙ୍କ ଜଣେ ପ୍ରଶାସନିକ ଅଧିକାରୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଏହାର ତଦନ୍ତରେ ଥିବା ପୋଲିସ ଅଧିକାରୀଙ୍କ ମୃତ୍ୟୁ ରହସ୍ୟଘେରରେ। ଏହି ଗୋଲକ ଧନ୍ଧାର ରହସ୍ୟ ଖୋଲିପାରିବ ତ ଓଡ଼ିଶା ପୋଲିସ । କାରଣ ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚର ତଦନ୍ତ ଜାମୁକୋଳି ଓ ଆଖୁକିଆରୀ ଗପରେ ସୀମିତ। ସେ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ହେଉ କିମ୍ବା ମମିତା ମେହେର, କୁନ୍ଦୁଲି ଗଣଦୁଷ୍କର୍ମ ହେଉ କିମ୍ବା ପରୀ ଅପହରଣ ମାମଲା ସବୁଥିରେ ଫେଲ୍ କ୍ରାଇମବ୍ରାଞ୍ଚ। ବଡ ପ୍ରଶ୍ନ, ଖୋଦ୍ ପୋଲିସ ଯେତେବେଳେ ଷଡ଼ଯନ୍ତ୍ରର ଶିକାର ଏଠାରେ ତଦନ୍ତ କରିବ କିଏ ?
ଅଧିକ ପଢ଼ନ୍ତୁ ଓଡିଶା ଖବର: